Masthead

ପୁଣି ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନିଜର ହକ୍ ପାଇବା ଦାବିରେ ୫୦ ହଜାର ରୁ ଉର୍ଦ୍ଧ୍ଵ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ଦିନ ୧୨ ଘଟିକାରେ କଂଗ୍ରେସ ଭବନ ସାମ୍ନାରୁ ଏକ ବିଶାଳ ପଟୁଆର ବିଧାନସଭା ଅଭିମୁଖେ ବାହାରିଛି। ବିଭିନ୍ନ ଦୃଷ୍ଟିକୋଣରୁ ସରକାରୀ ଅବହେଳା ପାଇଁ ନିଜର ଅଧିକାରରୁ ବଞ୍ଚିତ ହୋଇଥିବା ଏହି ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ଏକାଠି ହୋଇ ସେମାନଙ୍କର ନ୍ୟାୟ ଦାବୀ ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ମଧ୍ୟ ଶିକ୍ଷକମାନଙ୍କ ଭିତରେ ଦରମାରେ ଦେଖାଦେଇଛି ତାରତମ୍ୟ ।

ତାରତମ୍ୟ ରଖିନଥିବା କାରଣରୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ରଖିବେ ଶିକ୍ଷକ। ଦାବି ରଖିଛନ୍ତି ଯେ ପ୍ରାଥମିକଠାରୁ ମାଧ୍ୟମିକ ପର୍ୟ୍ୟନ୍ତ ବିଦ୍ୟାଳୟ ଗୁଡ଼ିକରେ ଶୂନ୍ୟ ପଡିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରାଯାଉ । ଚାକିରୀରୁ ଅବସର ନେଇଯାଉଥିବା ଶିକ୍ଷକମାନଙ୍କର ପେନସନ୍, ଭବିଷ୍ୟନିଧି ପାଣ୍ଠି ମିଳିବାରେ ଅନିୟମିତତା ଦେଖାଯାଇଥିବା ଫଳରେ, ଶିକ୍ଷକମାନେ ଅମଲାତାନ୍ତ୍ରିକ ଚକ୍ରାନ୍ତର ଶିକାର ହୋଇ ବାରମ୍ବାର ଶିକ୍ଷାବିଭାଗର ବିଭିନ୍ନ ଦସ୍ତରକୁ ଦୌଡ଼ୁଛନ୍ତି । । ଏହି ଦିଗରେ ସରକାରୀ ନିର୍ଦ୍ଦେଶନାମା ସଂକଳ୍ପକୁ ସଠିକ ଭାବରେ କାର୍ୟ୍ୟକାରୀ କରାଯାଇନାହିଁ ବୋଲି ଓଷ୍ଟା ପକ୍ଷରୁ ପ୍ରକାଶ କରାଯାଇଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?