Masthead

ପାନୀୟ ଜଳର ଉତ୍କଟ ସମସ୍ୟା

ଯାଜପୁର (ବଡ଼ ଖବର ବ୍ୟୁରୋ): ଶ୍ରାବଣ ସାରିବାକୁ ବସିଥିବା ବେଳେ ପାନୀୟ ଜଳ ପାଇଁ ଘାଣ୍ଟି ହେଉଛନ୍ତି ଲୋକେ। ଏଭଳି ସମସ୍ୟା ନେଇ ଆଜି ଧର୍ମଶାଳା ବ୍ଲକ୍ କାର୍ୟ୍ୟାଳୟରେ ଗରା ମାଠିଆ ଧରି ଧାରଣା ଦେଇଛନ୍ତି ସ୍ଥାନୀୟ ଯାଜପୁର ଜିଲ୍ଲା, ଧର୍ମଶାଳା ବ୍ଲକ୍, ଗଡ଼ ମଧୁପୁର ପଞ୍ଚାୟତ ଜାମୁଝରି ସାହିର ଅନେକ ମହିଳା। ବର୍ଷା ଦିନରେ ପାନୀୟ ଜଳର ଉତ୍କଟ ସମସ୍ୟାରେ ଘାଣ୍ଟି ହେଇଥିବା ଅଭିଯୋଗ କରି ଘଣ୍ଟା ଏ ରୁ ଅଧିକ ସମୟ ଧରି ବିଡ଼ିଓ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବସି ରହିଥିଲେ। ଏହି ମହିଳାମାନେ ଆଜି ଗରା ବାଲଟି ଧରି ବ୍ଲକ ଅଫିସରେ ପହଞ୍ଚିବା ସହିତ ନିଜ ସମସ୍ୟା ନେଇ ବିଡିଓଙ୍କୁ ଅବଗତ କରାଇଛନ୍ତି। ତେବେ ଜାମୁଝରି ଗ୍ରାମରେ ତିରିଶରୁ ଅଧିକ ପାରିବାର ଦୀର୍ଘ ଦିନ ଧରି ବସବାସ କରୁଥିବା ବେଳେ ପାନୀୟ ଜଳ ସମସ୍ୟା ଭୋଗିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି। କେବଳ ଯାମୁଝରି ନୁହେଁ ଉକ୍ତ ପଞ୍ଚାୟତର ଶତାଧିକ ମହିଳା ଦୁଇ ମାସ ପୂର୍ବରୁ ସମାନ ଢଙ୍ଗରେ ପ୍ରତିବାଦ କରି ଥିଲେ । ଯାହାର ଦିନ କେତେଟା ପରେ ଆଜି ସେଇ ସମସ୍ୟା। ତେବେ ବିଡ଼ିଓ ଆସନ୍ତା ଚାରିଦିନ ଭିତରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ