ସେମିଳିଗୁଡା (ବଡ଼ ଖବର ବ୍ୟୁରୋ): କୁନି କଳାକାରଙ୍କ ଅଭିଯୋଗ ପରେ ଚେତିଲା ପାଦୁଗୁଡା ପ୍ରଶାସନ । ଗୋଟିଏ ଛୋଟିଆ ଛୁଆର ଉଦ୍ୟମ ପୂରା ପ୍ରଶାସନର ନିଦ ହଜାଇ ଦେଇଛି । କୃଷି ମନ୍ତ୍ରୀଙ୍କ ଆଗରେ ଅଭିନୟ କରିଥିବା ଛୋଟ ପିଲା ସୋନାଲି ଦାସଙ୍କ ସେ ଅଭିଯୋଗ ପରେ କୋରାପୁଟ ଜିଲ୍ଲା ଦଶବନ୍ତପୁରର ଲୁଲା ପଞ୍ଚାୟତର ପାଦୁଗୁଡା ଗାଁରେ ପହଂଚିଛି ବ୍ଲକ ପ୍ରଶାସନ ।
ଜିଲ୍ଲା ପ୍ରଶାସନଙ୍କ ନିଦେ୍ର୍ଦଶ ଅନୁସାରେ ବିଡ଼ିଓ ଦମ୍ବରୁଧର ମଲ୍ଲିକ, ସହକାରୀ ଯନ୍ତ୍ରୀ ଅଭିଷେକ ଷଡ଼ଙ୍ଗୀ, ଗ୍ରାମ୍ୟ ଜଳ ଓ ପରିମଳ ମିଶନ କନିଷ୍ଟ ଯନ୍ତ୍ରୀ ସଂଜୀବ କୁମାର ଅଲି, ପ୍ରାଣୀ ଧନ ବିଭାଗ କର୍ମଚାରୀ ଅଶୋକ ନାୟକ, ଯୋଗାଣ ସହାୟକ ସିମାଞ୍ଚଳ ତୁରୁକ ପହଞ୍ଚି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦିଆଯାଇଛି ।