ସିମାଞ୍ଚଳମ ମନ୍ଦିର ହୁଣ୍ଡିରୁ ମିଳିଲା ଚେକ୍; ଆକାଉଣ୍ଟରେ ୨୨, ଚେକରେ ୧୦୦ କୋଟି

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଏ ସୃଷ୍ଟି ଭଗବାନଙ୍କର । ସୃଷ୍ଟିର ସମସ୍ତ ଉପାଦାନ ମଧ୍ୟ ତାଙ୍କର । ଏହି ଭାବଧାରାରେ ଉଦ୍ଦବୁଦ୍ଧ ହୋଇ ଜଣେ ଭକ୍ତ ପ୍ରଭୁଙ୍କୁ ବିପୁଳ ଅର୍ଥ ଦାନ କରିଛନ୍ତି । କିନ୍ତୁ ସେ ଜାଣି ନାହାନ୍ତି ଦାନ କରିଥିବା ଅର୍ଥ ତାଙ୍କ ପାଖରେ ନାହିଁ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ । ପ୍ରସିଦ୍ଧ ଶ୍ରୀ ବର୍ଷାଲକ୍ଷ୍ମୀ ନରସିଂହସ୍ୱାମୀ ମନ୍ଦିର ଯାହା ଜନମାନସରେ ସିମାଞ୍ଚଳମ ମନ୍ଦିର ଭାବରେ ପରିଚିତ ।

ଅଗଷ୍ଟ ୨୩ରେ ହୁଣ୍ଡି ଖୋଲାଯାଇ ଗଣତିବେଳେ ମିଳିଥିଲା ଏକ ଚେକ୍ । ଯାହାର ଆକାଉଣ୍ଟ ନଂ ୮୩୧୩୨୯୫୪୩୪ । ତାରିଖ ପଡିନଥିବା ଏହି ଚେକରେ ମହାପ୍ରଭୁଙ୍କୁ ୧୦୦ କୋଟି ଟଙ୍କା ଦାନ ଦିଆଯାଇଥିବା ଉଲ୍ଲେଖ ଥିଲା । ମନ୍ଦିର କର୍ତ୍ତୃପକ୍ଷ ଏହି ଚେକକୁ ନେଇ ନିକଟସ୍ଥ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଶାଖାକୁ ଯାଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ତଦନ୍ତ କରି ଜାଣିଲେ ଆକାଉଣ୍ଟ ନଂରେ ମାତ୍ର ୨୨ ଟଙ୍କା ଅଛି । ବୋଧ ହୁଏ ଭକ୍ତ ଜଣଙ୍କ ମାନସିକ ବିକୃତ ଥାଇ ଏଭଳି କରିଥାଇ ପାରନ୍ତି ବୋଲି ମନ୍ଦିର କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!