Masthead

ସଢୁକୁ ମାରିଲା ସଢୁ

ଉଦଳା, (ବଡ଼ ଖବର ବ୍ୟୁରୋ): ସାମାନ୍ୟ କଥାରୁ ଜଘନ୍ୟ ହତ୍ୟାକାଣ୍ଡ । ବଳଦକୁ ଖାଇବାକୁ ନ ଦେବାରୁ ସଢୁକୁ ବାଡେଇ ବାଡେଇ ମାରିଲା ସଢୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ଅସୁରଖାଳ ଗ୍ରାମରେ । ହୁଡିସାହି ଗ୍ରାମର ରବୀନ୍ଦ୍ରନାଥ ନାୟକ ତାଙ୍କର ସଢୁ କାର୍ତ୍ତିକ ନାୟକଙ୍କ ପାଖରୁ ଚାଷ କରିବା ପାଇଁ ଏକ ବଳଦ ଆଣିଥିଲେ । କିଛିଦିନ ବଳଦକୁ ଖାଇବାକୁ ନ ଦେଇପାରିବାରୁ ବଳଦଟି ଦୁର୍ବଳ ହୋଇଯାଇଥିଲା । କାର୍ତ୍ତିକଙ୍କୁ ବଳଦ ଫେରାଇବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ଉଗ୍ରରୂପ ନେଲା ଯେ ଶନିବାର ରବୀନ୍ଦ୍ରନାଥ ଅସୁରଖାଲ ହାଟକୁ ଯାଇଥିବା ସମୟରେ କାର୍ତ୍ତିକ ତାଙ୍କୁ ମାଡ ମାରିଥିଲେ । କାର୍ତ୍ତିକଙ୍କ ମାଡ଼ରେ ରବୀନ୍ଦ୍ର ଗୁରୁତର ହୋଇ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଥାଇ ତାଙ୍କର ମୃତ୍ୟୁ ହୋଇଛି । ରବୀନ୍ଦ୍ରଙ୍କ ପରିବାର ଲୋକେ କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ କାର୍ତ୍ତିକଙ୍କୁ ଗିରଫ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼