ଚୋରି ସମାଗ୍ରୀ ଉଦ୍ଧାର : ୨ ଗିରଫ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ଗୋଗୁଆ ପଞ୍ଚାୟତର ଖୋଲଗଡ ଶିବ ମନ୍ଦିରରୁ ଗତ ୧୫ ତାରିଖ ରାତିରେ ଚୋରି ହୋଇଥିଲା । ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀକୁ ପୋଲିସ ଉଦ୍ଧାର କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ରେଢାଖୋଲ ଥାନା ଡଇଁଚା ଗ୍ରାମର ପୀତାମ୍ବର ମହାପାତ୍ର ଏବଂ ଶାସନ ଥାନା ମୁରା ଗ୍ରାମର ଗୋବିନ୍ଦ ମେହେର । ଉଭୟଙ୍କୁ ଆଜି କିସିଣ୍ଡା ପୋଲିସ ରେଢାଖୋଲ କୋର୍ଟକୁ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ,ବୁଧୁବାର ରାତିରେ ଶିବ ମନ୍ଦିରରୁ ପିତ୍ତଳ ନିର୍ମିତ ଘଣ୍ଟ, ଥାଳି,ଗରା,ଚଟୁ,ଢାଳ ସମେତ ଦାନ ବାକ୍ସ ଚୋରି ହୋଇଯାଇଥିଲା । ଗୁରୁବାର ସକାଳୁ ପୂଜକ କ୍ଷୀର ମହାପାତ୍ର ମନ୍ଦିରକୁ ପୂଜା କରିବାକୁ ଯାଇ ଏହା ଦେଖିଥିଲେ । ପରେ ସେ ଗ୍ରାମରେ ସବୁ କଥା ଜଣାଇଥିଲେ । ପରେ ପୂଜକ ଏବଂ ମନ୍ଦିର କମିଟି ସଂପାଦକ କିସିଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଚିତ୍ତରଞ୍ଜନ ନାଏକ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’