Masthead

ଆଜିଠୁ ଏସିଆ କପ୍, ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷିତ ଏସିଆ କପ୍‌ କ୍ରିକେଟ୍‌ ଆଜିଠୁ ଆରମ୍ଭ ହେବ । ମୁଲତାନରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଉଦ୍ଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ନେପାଳ । ତେବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଅତିକମ୍‌ରେ ୩ଟି ଭାରତ ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ମିଳିବ। ୨ରେ ପାକିସ୍ତାନ ସହ ଏସିଆ କପ ଅଭିଯାନ ଆରମ୍ଭ କରିବ ଭାରତ ।

ତେବେ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି କେଏଲ ରାହୁଲ । କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ମ୍ୟାଚ୍‌ ବେଳକୁ ‌କିପରି ସ୍ଥିତି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିବ । ତଥାପି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶ୍ରେୟାସ ଖେଳିବା ସମ୍ଭାବନା ରହିଛି । କେବଳ ଅପେକ୍ଷା ମ୍ୟାଚ୍‌କୁ ହେବ । ସେହିପରି ଯଶପ୍ରୀତ୍‌ ବୁମ୍‌ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ଉପରେ ମଧ୍ୟ ଦଳ ଧ୍ୟାନ ଦେବ । ଭାରତ ଏସିଆ କପରେ ୭ଥର ଜିତି ସାରିଥିବା ବେଳେ ୮ମ ଥର କପ ହାତେଇବାକୁ ଚେଷ୍ଟା କରିବ ।

୬ଥର ଶ୍ରୀଲଙ୍କା ଓ ୨ଥର ପାକିସ୍ତାନ ଚାମ୍ପିୟନ ହୋଇଛି । ଚଳିତ ଏସିଆ କପରେ ମୋଟ ୧୩ଟି ମ୍ୟାଚ ଖେଳାଯିବ । ଗ୍ରୁପ ଏରେ ରହିଛନ୍ତି ଭାରତ, ପାକିସ୍ତାନ, ନେପାଳ ଓ ବି ରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ ଖେଳାଯିବ । ଟୁର୍ଣ୍ଣାମେଂଟ ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ