Masthead

ପୁଣି ଲାଗିଲା ମାଓ ପୋଷ୍ଟର

ବାଲିଗୁଡା (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ମାଓ ଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛାପଡା ରାସ୍ତାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ରାସ୍ତାରେ ଘାଟି ସାହି, ମାଝୀପଡା,ଦରଘା ବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଫଳରେ ସେହି ଗ୍ରାମର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ୍ ଡ଼ିଭିଜନର ସଚିବ ବିଜୟ ଲେଖାଯାଇଛି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ମାଓ ସଂଗଠନ ସମର୍ଥକ କରିବା ସହ ପୋଲିସଓ ସରକାରଙ୍କ ଦମନ ମୂଳକ କାର୍ୟ୍ୟକଳାପକୁ ନିନ୍ଦା କରିଛି ସଙ୍ଗଠନ। ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଛି। ସରକାର ଗଞ୍ଜେଇ ଚାଷକୁ ଔଷଧ ତାଲିକା ଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥାକରୁ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି।ଏହି ଦାବିରେ ମାଓ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ତେବେ ଏହି ବନ୍ଦ ଡାକରାର କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ସତର୍କ ନଜର ରଖାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ