Masthead

ନକଲି ମଦ ଜବତ, ୪ଗିରଫ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଅସ୍ତରଙ୍ଗ ବ୍ଳକ ତାଳଦା ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରେ ପୁରୀ ମୋବାଇଲ ସ୍କ୍ୱାଡ ଓ ନିମାପଡା ଅବକାରୀ ସେକ୍ସନ ଦ୍ୱାରା ମିଳିତ ଚଢ଼ାଉ କରାଯାଇଛି । ଚଢାଉ ବେଳେ ନକଲି ଚୋରା ମଦ ଜବତ କରାଯିବା ସହ ୪ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ୪ଟି ମାମଲା ଦାୟର ହୋଇଛି । ଏହାସହ ସେମାନଙ୍କୁ କୋର୍ଟ ଚାଲାଣ ଚରିଛି ପୋଲିସ ।

ସୂଚନା ପାଇ ଭୋର ସକାଳୁ ମୋବାଇଲ ସ୍କ୍ୱାଡ ଓ ଅବକାରୀ ବିଭାଗ ଆରମ୍ଭ କରିଥିଲା ତନାଘନା । ଚୋରା ଗଞ୍ଜେଇ, ବ୍ରାଉନ୍ ସୁଗାର ଓ ମଦ ବେପାରୀଙ୍କ ଘରେ ଚଢାଉ ହୋଇଥିଲା । ଅନ୍ୟପଟେ ଅନ୍ଧାରର ସୁଯୋଗ ନେଇ ୫ଜଣ ଚୋରା ମଦ ବେପାରୀ ଖସିଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ହୋଇଥିବା ୪ ଅଭିଯୁକ୍ତ କିଶୋର ପରିଡା, ବିଭୂତି ନାୟକ, କୁନା ମହାନ୍ତି ଓ ମାନସ ସ୍ୱାଇଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କଠାରୁ ବିପୁଳ ପରିମାଣର ନକଲି ଚୋର।ମାଦ ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ ।

ଅନ୍ୟପଟେ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚୋରାମଦ କାରବାର ଓ ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ନେଇ ବୁଦ୍ଧିଜୀବୀ ମହଲ ପକ୍ଷରୁ ଅଭିଯୋଗ ହେଉଛି । ପୋଲିସ ଓ ଅବକାରୀ ବିଭାଗର ଅଚାନକ ଚଢାଉକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼