Masthead

ଭାରି ପଡିଲା ଚୋରାମଦ କାରାବାର

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଧରାପଡିଲା ଚୋରାମଦ ବ୍ୟବସାୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ହରିଡାପାଳ ପଞ୍ଚାୟତ ଟୋଲଙ୍କପଡା ଗ୍ରାମରେ  ଚୋରା ମଦ, ମହୁଲି ବିକ୍ର କରୁଥିବା ଜାଣି ସେହି ବ୍ୟକ୍ତିଙ୍କ ବିରୋଧରେ ଗ୍ରାମର ଯୁବଗୋଷ୍ଠୀ ପୋଲିସକୁ ଅବଗତ କରାଇଥିଲେ ।

ଘଟଣା ସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ମଙ୍ଗଳପୁର ଗ୍ରାମର ବାବୁଲି ଦାସ ନାମକ ବ୍ୟକ୍ତିକୁ ଥାନାକୁ ନେଇ  କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଲୁଚି ଲୁଚି ଚୋରା ମହୁଲି ବେପାର କରୁଥିବା ବେଳେ ବର୍ତ୍ତମାନ ବାବୁଲି ଦାସ  ଖୁଲମ ଖୁଲା ମହୁଲି ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ମହୁଲି ପିଇ ଅନେକ ଯୁବକ ମୃତ୍ୟୁବରଣ କଲେଣି ଏବଂ ଅନେକ ବ୍ୟକ୍ତି ରୋଗରେ ପଡ଼ି ହନ୍ତସନ୍ତ ହେଉଛନ୍ତି ।

ଏହାକୁ ଆଖିଆଗରେ ରଖି ଗ୍ରାମର ଯୁବଗୋଷ୍ଠିମାନେ ଏକତ୍ରିତ ହୋଇ ଚୋରାରେ ମହୁଲି, ମଦ,ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କ ଘରଘର ବୁଲି ଏହା ବିକ୍ରି ନକରିବାକୁ ସତର୍କ କରାଇଛନ୍ତି । ଏହାପରେ ଯେଉଁ ବ୍ୟକ୍ତି ଅମାନିଆ ହୋଇ ବିକ୍ରି କରିବେ ତାଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୁବଗୋଷ୍ଠି ପ୍ରକାଶ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା