Masthead

ମା’ ପରି କିଏ ହେବ

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଦୁନିଆରେ ମା’ର ମମତା ର କଥା ଆଉ ଉଦାହରଣ ତ ଅନେକ ଦେଖିଥିବେ , ଆଜି କିନ୍ତୁ ଏମିତି ଏକ ମା ଙ୍କର କଥା କହିବୁ ଆପଣ ଶୁଣିଲା ପରେ ନିଶ୍ଚୟ କହିବେ ମା ତୁ ସତରେ ମହାନ୍ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦନପାଲା ବିଦ୍ୟାଳୟରେ ଶିକ୍ଷକତା କରନ୍ତି ରଶ୍ମିତା ସେଠି । ତାଙ୍କର ଏକ ମାତ୍ର ଶିଶୁ କନ୍ୟା ଦିବ୍ୟମୟୀ ପାତିକା । ଯିଏକି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ରକ୍ତ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କର ମୃତ୍ୟ ଘଟିଥିଲା ।

ବହୁ ଚେଷ୍ଟା କରିଥିଲେ ମଧ୍ୟ ଗତ ମାର୍ଚ୍ଚ ୩୧ତାରିଖ ଦିନ ଭଗବାନ ରଶ୍ମିତାଙ୍କ କୋଳ ଶୂନ୍ୟ କରିଦେଲେ । ମୃତ ଦିବ୍ୟମୟୀ ବହୁତ ମେଧାବୀ ଆଉ ମେଳାପି ଥିଲେ । ତାଙ୍କର ମୃତ୍ୟ ପରେ ମା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ଝିଅକୁ ମିଳିଥିବା ସ୍କଲାର ଶିପ, ତା’ପାଇଁ ସୁକନ୍ୟା ଯୋଜନାରେ ଜମା କରିଥିବା ଟଙ୍କା ଆଉ ଏଲଆଇସିରେ ଜମା କରିଥିବା ମୋଟ ୫ଲକ୍ଷ ଟଙ୍କାକୁ ମା’ ରଶ୍ମିତା ସେଠି ନବରଙ୍ଗପୁର ପୌରପରିଷଦକୁ ଯାଇ ଯୁଗ୍ମ ଜନଶୁଣାଣି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ଃ. କୋମଳ ଲୋଚନ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଙ୍କ ଉପସ୍ଥିତରେ ରେଡ଼କ୍ରସକୁ ଚେକ ଦାନ କରିଦେଇଛନ୍ତି ।

ତାଙ୍କ ଝିଅ ତ ଆଉ ନାହିଁ ଯାହା କିଛି ନିଜ ଝିଅ ପାଇଁ ସାଇତି ରଖିଥିଲି ସେ ସବୁକୁ ଦାନ କରୁଛି । କୋଉ ଗରିବ ଲୋକଙ୍କ କାମରେ ଏ ଟଙ୍କା ଆସିଲେ ମୋ ଝିଅ ଖୁସି ହବ କହି ଭୋ ଭୋ କାନ୍ଦି ପକେଇଲେ ମା ରଶ୍ମିତା । ଝିଅର ଏଭଳି ମହାନ କାର‌୍ୟ୍ୟ ବିଷୟରେ ଜାଣିବା ପରେ ରଶ୍ମିତାଙ୍କ ବାପା ଓ ମା ମଧ୍ୟ ତାଙ୍କ ପାଇଁ ଗର୍ବିତ ଅନୁଭବ କରୁଥିବା କଥା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା