Masthead

୧୫୦ ରନରେ ଅଲଆଉଟ ହେଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଘରୋଇ ଦଳ ଘାଇଲା । ମାତ୍ର ୧୫୦ ରନରେ ଅଲଆଉଟ ହେଲା ଘରୋଇ ଦଳ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦଳ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ । ସ୍ପିନର ଅଶ୍ୱିନ ଓ ଜାଡେଜାଙ୍କୁ ୩ ୱିକେଟ ସଫଳତା ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ପାଇଁ କ୍ରେଗ୍ ବ୍ରାଥ୍‌ୱେଟ୍ ଏବଂ ଟାଗେନାରାୟଣ ଚନ୍ଦରପଲ୍‌ ପାଳି ଆରମ୍ଭ କରିଥିଲେ। ଉଭୟ ଭଲ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଶର୍ମା ପିଚ୍‌କୁ ଠିକ୍ ଭାବେ ପଢ଼ି ନେବାରୁ ନବମ ଓଭରରୁ ଅଶ୍ବିନଙ୍କୁ ଡାକିଥିଲେ ।

ପ୍ରଥମ ବଲ୍‌ରେ ସେ ୱିକେଟ୍‌ରୁ ବଞ୍ଚିତ ହୋଇଥିଲେ ମଧ୍ୟ ତୃତୀୟ ଓଭରରେ ଭାରତ ପାଇଁ ପ୍ରଥମ ୱିକେଟ୍ ଦେଇଥିଲେ । ପ୍ରଥମ ଇନିଙ୍ଗସରେ ଅଶ୍ୱିନୀ ୫ଟି ୱିକେଟ ହାସଲ କରିଛନ୍ତି । ସେହିପରି ରବୀନ୍ଦ୍ର ଜାଡ଼େଜାଙ୍କୁ ୩ଟି ୱିକେଟ ମିଳିଛି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଯୁବ ବ୍ୟାଟର ଆଲିକ ଅଥାନେଜ୍ କିଛି ଦର୍ଶନୀୟ ସଟ ମାରି ୪୭ ରନ୍ କରିଥିଲେ । ଜବାବରେ ପ୍ରଥମ ଇନିଙ୍ଗସରେ ଭାରତ କୌଣସି ୱିକେଟ ନହରାଇ ୮୦ ରନ୍ ସଂଗ୍ରହ କରିନେଇଛି । ଅଧିନାୟକ ରୋହିତ ଶର୍ମା ୩୦ ଓ ପ୍ରଥମ କରି ଟେଷ୍ଟ ମ୍ୟାଚରେ ଓପନିଂ କରୁଥିବା ଯଶସ୍ୱୀ ଜେସୱାଲ ୪୦ ରନ୍ କରି ବ୍ୟାଟିଂ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା