Masthead

ଇଣ୍ଡିଆ ମେଂଟ ବନାମ ସନାତନ ଧର୍ମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ରାଜନୀତିରେ ସନାତନ ଧର୍ମକୁ ନେଇ ଗରମ ହାୱା । ଜୁନିଅର ଷ୍ଟାଲିନଙ୍କ ଧର୍ମବିରୋଧୀ ବୟାନ ପରେ ବିରୋଧୀଙ୍କ ହାଇ ଟେମ୍ପର । ସେପଟେ ଷ୍ଟାଲିନଙ୍କ ମନ୍ତବ୍ୟକୁ ପସନ୍ଦ କରୁନାହାନ୍ତି କିଛି କଂଗ୍ରେସ ନେତା । ଆସୁଛି ଭିନ୍ନ ମତ । ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଗଠବନ୍ଧନ ଇଣ୍ଡିିଆରେ ଫାଟ ସୃଷ୍ଟି ହେଉଥିବା ନେଇ ବଢୁଛି ଚର୍ଚ୍ଚା । ଇଣ୍ଡିଆ ମେଂଟ ବନାମ ସନାତନ ଧର୍ମ । ବିରୋଧୀ ଗଠବନ୍ଧନରେ ଫାଟ ଆଣିବ କି ଜୁନିଅର ଷ୍ଟାଲିନଙ୍କ ଧର୍ମ ବିରୋଧୀ ଟିପ୍ପଣୀ? ବିରୋଧୀ ମେଂଟକୁ ଶାସକ ଦଳର ‘ସନାତନ’ ବାଣ ।

ଡିଏମକେ ନେତା ତଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧୀ ଷ୍ଟାଲିନଙ୍କ ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଏବେ ସରଗରମ ରାଜନୀତି । ରାଜନୀତିର ଗରମ ପାଣିପାଗରେ ଜୁନିଅର ଷ୍ଟାଲିନ କିନ୍ତୁ ନିଜ କଥାରୁ ଓହରିବା ପାଇଁ ରାଜି ନାହାନ୍ତି । ମୋ ବିରୋଧରେ ଯେଉଁ ମାମଲା ରୁଜୁ କରିବେ କରନ୍ତୁ ବୋଲି ମତ ବାଢିଛନ୍ତି ଉଦୟନିଧୀ । ମୁଁ ସବୁକିଛି ସାମ୍ନା କରିବାକୁ ପ୍ରସ୍ତୁତ । ମୁଁ ପୁଣି ଥରେ କହୁଛି ମୁଁ ସନାତନ ଧର୍ମକୁ ସମାଲୋଚନା କରିଛି ଏବଂ ଏହାର ବିଲୋପ ହେବା ଉଚିତ । ଜୁନିଅର ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ କାଶ୍ମୀର ଠାରୁ କନ୍ୟାକୁମାରୀ ସବୁଠି ଏବେ ରାଜନୈତିକ ମାହୋଲରେ ମିଶି ଯାଇଛି ଧାର୍ମିକ ହାୱା । ଇଣ୍ଡିଆ ମେଂଟରେ ଅଡୁଆ ସୃଷ୍ଟି କରିଛି ଉଦୟନିଧୀଙ୍କ ଟିପ୍ପଣୀ ।

ମେଂଟର ନେତାମାନେ ଖୋଦ ଏହାର ବିରୋଧ କରୁଛନ୍ତି । ଷ୍ଟାଲିନଙ୍କ କଥାରେ ଏକ ମତ ନ ହୋଇ ଏହାକୁ ନା ପସନ୍ଦ କରିଛନ୍ତି ।କଂଗ୍ରେସ ଦଳରେ ଏପରି ମନ୍ତବ୍ୟକୁ ଦ୍ୱିମତ ହୋଇଥିବା ବେଳେ କିଛି ନେତା ସହମତି ଦେଇଛନ୍ତି । ସେପଟେ ଧର୍ମକୁ ନେଇ କଂଗ୍ରେସର ଆଭିମୁଖ୍ୟ କ’ଣ ରହିଛି ତାହା ଉପରେ ମତ ବାଢିଛନ୍ତି ନେତା ପ୍ରିୟଙ୍କ ଖଡଗେ ଓ ଦଳର ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ । ଷ୍ଟାଲିନଙ୍କ ମନ୍ତବ୍ୟକୁ ନେଇ ସିଧାସଳଖ କିଛି ନ କହି ତେରଛା ଅନ୍ଦାଜରେ ସଫେଇ ଦେଇଛନ୍ତି କଂଗ୍ରେସର ତୁଙ୍ଗ ନେତା । ଅନ୍ୟପକ୍ଷେ ଧର୍ମକୁ ରକ୍ଷା କରିବା ପାଇଁ ଶାସକ ଦଳରେ ଏହାକୁ ନେଇ ବର୍ଷିଛି ବିଜେପି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଡିଏମକେ ସନାତନ ଧର୍ମକୁ ଆଘାତ ଦେଇଛି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧି ଓ ଅଶୋକ ଗେହଲୋଟଙ୍କ ପରି ନେତା କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ ସିଂ । ଇଣ୍ଡିଆ ମେଂଟ ଧର୍ମକୁ ନେଇ ଷଡଯନ୍ତ୍ର କରିଛି । ଯାହାକୁ ଆକ୍ଷେପ କରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ପରି ନେତାମାନେ ଖୁବ ବର୍ଷିଛନ୍ତି । ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ଉଦୟନିଧୀଙ୍କ ପ୍ରତିକ୍ରିୟାକୁ ନିନ୍ଦା କରିଛନ୍ତି ।ତେବେ ଗୋଟେ ପଟେ ଜୁନିଅର ଷ୍ଟାଲିନଙ୍କ ସନାତନ ଧର୍ମକୁ ନେଇ ଏପରି ମନ୍ତବ୍ୟ ପରେ ଇଣ୍ଡିଆ ମେଂଟ ଉପରେ କିପରି ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?