Masthead

ବିଜେପି ଉଦୟନିଧିଙ୍କ ବିବୃତ୍ତିକୁ ବିକୃତ କରୁଛି: ଏମକେ ଷ୍ଟାଲିନ

 ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ କହିଥିବା ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ଉଦୟନିଧିଙ୍କୁ ସମାଲୋଚନା କରାଯାଉଛି । ଉଦ୍ଧବ ବାଲା ସାହେବ ଠାକରେ, ଶିବସେନା ଉଦୟନିଧିଙ୍କୁ ସମାଲୋଚନା କରିଥିବାବେଳେ କଂଗ୍ରେସ ନିଜକୁ ଦୂରେଇ ରଖିଛି । କିନ୍ତୁ ଏବେ ତାମିନାଡ଼ୁ ସିଏମ ଏମକେ ଷ୍ଟାଲିନ ନିଜ ପୁଅ ଉଦୟନିଧିଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିଛନ୍ତି । ଏମକେ ଷ୍ଟାଲିନ କହିଛନ୍ତି ଯେ ବିଜେପି ତାଙ୍କ ପୁଅର ବିବୃତ୍ତିକୁ ବିକୃତ କରୁଛି।

ସେ କହିଛନ୍ତି, ଉଦୟ ସନାତନ ଧର୍ମରେ ପ୍ରଚଳିତ ଦୁଷ୍କର୍ମକୁ ସମାପ୍ତ କରିବା ବିଷୟରେ କହିଥିଲେ। କାରଣ ଆମେ ବିଶ୍ୱାସ କରୁ ଯେ ସନାତନ ଧର୍ମରେ ପଛୁଆ ଜାତି, ଦଳିତ ଏବଂ ମହିଳାଙ୍କ ବିରୋଧରେ ଅନେକ ଅତ୍ୟାଚାର ହେଉଛି। ତାଙ୍କର ଉଦ୍ଦେଶ୍ୟ କୌଣସି ନିର୍ଦ୍ଦିଷ୍ଟ ଧର୍ମର କ୍ଷତି କରିବା ନୁହେଁ। ସେପଟେ ୟୁବିଟି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଉଦୟନିଧି ଷ୍ଟାଲିନ ଜଣେ ମନ୍ତ୍ରୀ ଏବଂ ତାଙ୍କ ବିବୃତ୍ତିକୁ କେହି ବି ସମର୍ଥନ କରିବେ ନାହିଁ।

ସେ ଏପରି ବୟାନରୁ ନିବୃତ୍ତ ରହିବା ଉଚିତ୍। ଇଣ୍ଡିଆ ମେଣ୍ଟରେ ଅନେକ ଦଳ ସାମିଲ ଅଛନ୍ତି ଅଛନ୍ତି । ଡିଏମକେ ମଧ୍ୟ ଏଥିରେ ଏକ ପାର୍ଟି । ଏହା ଡିଏମକେର ମତ ହୋଇପାରେ କିନ୍ତୁ ଯେଉଁ ଦେଶରେ ୯୦ କୋଟିରୁ ଅଧିକ ହିନ୍ଦୁ ବାସ କରନ୍ତି, ଏପରି ବିବୃତ୍ତି ଲୋକଙ୍କ ଭାବନାକୁ ଆଘାତ ଦେଇଛି। ଆପଣ ୯୦ କୋଟି ଲୋକଙ୍କ ଭାବନାକୁ ଆଘାତ କରିପାରିବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା