Masthead

ବିଜେପି ଉଦୟନିଧିଙ୍କ ବିବୃତ୍ତିକୁ ବିକୃତ କରୁଛି: ଏମକେ ଷ୍ଟାଲିନ

 ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ କହିଥିବା ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ଉଦୟନିଧିଙ୍କୁ ସମାଲୋଚନା କରାଯାଉଛି । ଉଦ୍ଧବ ବାଲା ସାହେବ ଠାକରେ, ଶିବସେନା ଉଦୟନିଧିଙ୍କୁ ସମାଲୋଚନା କରିଥିବାବେଳେ କଂଗ୍ରେସ ନିଜକୁ ଦୂରେଇ ରଖିଛି । କିନ୍ତୁ ଏବେ ତାମିନାଡ଼ୁ ସିଏମ ଏମକେ ଷ୍ଟାଲିନ ନିଜ ପୁଅ ଉଦୟନିଧିଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିଛନ୍ତି । ଏମକେ ଷ୍ଟାଲିନ କହିଛନ୍ତି ଯେ ବିଜେପି ତାଙ୍କ ପୁଅର ବିବୃତ୍ତିକୁ ବିକୃତ କରୁଛି।

ସେ କହିଛନ୍ତି, ଉଦୟ ସନାତନ ଧର୍ମରେ ପ୍ରଚଳିତ ଦୁଷ୍କର୍ମକୁ ସମାପ୍ତ କରିବା ବିଷୟରେ କହିଥିଲେ। କାରଣ ଆମେ ବିଶ୍ୱାସ କରୁ ଯେ ସନାତନ ଧର୍ମରେ ପଛୁଆ ଜାତି, ଦଳିତ ଏବଂ ମହିଳାଙ୍କ ବିରୋଧରେ ଅନେକ ଅତ୍ୟାଚାର ହେଉଛି। ତାଙ୍କର ଉଦ୍ଦେଶ୍ୟ କୌଣସି ନିର୍ଦ୍ଦିଷ୍ଟ ଧର୍ମର କ୍ଷତି କରିବା ନୁହେଁ। ସେପଟେ ୟୁବିଟି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଉଦୟନିଧି ଷ୍ଟାଲିନ ଜଣେ ମନ୍ତ୍ରୀ ଏବଂ ତାଙ୍କ ବିବୃତ୍ତିକୁ କେହି ବି ସମର୍ଥନ କରିବେ ନାହିଁ।

ସେ ଏପରି ବୟାନରୁ ନିବୃତ୍ତ ରହିବା ଉଚିତ୍। ଇଣ୍ଡିଆ ମେଣ୍ଟରେ ଅନେକ ଦଳ ସାମିଲ ଅଛନ୍ତି ଅଛନ୍ତି । ଡିଏମକେ ମଧ୍ୟ ଏଥିରେ ଏକ ପାର୍ଟି । ଏହା ଡିଏମକେର ମତ ହୋଇପାରେ କିନ୍ତୁ ଯେଉଁ ଦେଶରେ ୯୦ କୋଟିରୁ ଅଧିକ ହିନ୍ଦୁ ବାସ କରନ୍ତି, ଏପରି ବିବୃତ୍ତି ଲୋକଙ୍କ ଭାବନାକୁ ଆଘାତ ଦେଇଛି। ଆପଣ ୯୦ କୋଟି ଲୋକଙ୍କ ଭାବନାକୁ ଆଘାତ କରିପାରିବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା