Masthead

କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଛି । ତାଙ୍କୁ ନିଲମ୍ବିତ କରିଛି କଂଗ୍ରେସ ଶୃଙ୍ଖଳା କମିଟି । କଂଗ୍ରେସରୁ ନଲଢ଼ିବା ନେଇ ମନ୍ତବ୍ୟ ଦେଇଥିଲେ ମନ୍ମଥ ରାଉତରାୟ । ୨୦୨୪ରେ ସେ ଜଟଣୀରୁ ନିର୍ବାଚନ ଲଢ଼ିବେ । କିନ୍ତୁ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ଗଣମାଧ୍ୟମରେ କହିଥିଲେ ମନ୍ମଥ ରାଉତରାୟ । ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ହୋଇଥିଲା । ଏହାପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।

ଯାହାର ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ ଶୃଙ୍ଖଳା କମିଟି ।ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ମନ୍ମଥ ରାଉତରାୟଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ଦେଇଛନ୍ତି ଶୃଙ୍ଖଳା କମିଟି ଅଧକ୍ଷ ସନ୍ତୋଷ ସିଂ ସାଲୁଜା । ନିଲମ୍ବନ ପରେ ପ୍ରତିକି୍ରୟା ରଖି ମନ୍ମଥ ରାଉତରାୟ କହିଛନ୍ତି, କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି? ମୁଁ କଂଗ୍ରେସରେ ସାମିଲ ହେବା ନେଇ କୌଣସି ଅନୁମତି ଦେଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା