Masthead

ଦୁର୍ଘଟଣାରେ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ

ନୀଳଗିରି, (ବଡ଼ ଖବର ବ୍ୟୁରୋ): ଦୁର୍ଘଟଣାରେ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ରୋଗୀମାନଙ୍କ ସେବା କରୁଥିବା ମହିଳା ଚିକିତ୍ସକ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ କାର୍ୟ୍ୟରତ ମହିଳା ଚିକିତ୍ସକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୂଚନାଥାଉକି ଡଃ. ଶାନ୍ତିଲତା ଗିଡ଼ି ବୟସ ୫୪ ବର୍ଷ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ୫ ରୁ ୬ ବର୍ଷ ହେବ କାର୍ୟ୍ୟରତ ଥିଲେ । ଡ଼ଃ ଗିଡ଼ି ଅବିବାହିତା ରହି ସାରା ଜୀବନ ରୋଗୀଙ୍କ ସେବାରେ ସମର୍ପିତ ଥିଲେ । ସେ ଜଣେ କର୍ମନିଷ୍ଠ ଓ ଦରଦୀ ହୃଦୟର ମଣିଷ ଥିଲେ । ତାଙ୍କର ଅକାଳ ବିୟୋଗରେ ସମଗ୍ର ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କାଲି ରାତିରେ କାର୍ଯ୍ୟ ସାରି ଘରକୁ (ବାଲେଶ୍ୱର ) ଅଭିମୁଖେ ଯାଉଥିବା ବେଳେ ଶେରଗଡ଼ ନିକଟରେ ତାଙ୍କ ଗାଡ଼ି ସାମ୍ନାକୁ ଷଣ୍ଢଟିଏ ଚାଲି ଆସିବାରୁ ଗାଡ଼ିଟି ଭାରସାମ୍ୟ ହରାଇଥିଲା ଏବଂ ସେ ତଳକୁ ଖସିପଡିଥିଲେ । ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପାର୍ଥିବ ଶରୀରକୁ ନୀଳଗିରି ଅଣାଯିବା ପରେ ସେଠାରେ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!