Masthead

ସହିଦଙ୍କୁ ଅସମ୍ମାନ

କୋଟପାଡ଼, (ବଡ଼ ଖବର ବ୍ୟୁରୋ): ଦେଶକୁ ସ୍ୱାଧୀନ କରିବା ଲାଗି ବୀର ପୁରୁଷମାନେ ନିଜ ଜୀବନକୁ ମାଟି ମା’ ଲାଗି ଉତ୍ସର୍ଗ କରି ଦେଇଥିଲେ । ଦେଶ ମାଟି ଲାଗି ନିଜ ଜୀବନକୁ ବଳି ଦେବା ଲାଗି ପଛଘୁଞ୍ଚା ଦେଇ ନ ଥିଲେ । କିନ୍ତୁ ସେହି ସହିଦଙ୍କୁ ଅସମ୍ମାନ କରାଯାଉଥିବା ଦୃଶ୍ୟ ନଜରକୁ ଆସିଛି । କୋରାପୁଟ ଜିଲ୍ଲାର ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଥିବା ନଜରକୁ ଆସିଛି । କୋଟପାଡ଼ ମହାବିଦ୍ୟାଳୟ ପରିସରରେ ଥିବା ମହିଳା ପରିଶ୍ରାଗାର ନିକଟରେ ସହିଦଙ୍କ ପ୍ରତିମୂର୍ତ୍ତିକୁ ଫୋପାଡ଼ି ଦିଆଯାଇଛି । ପ୍ରତିମୂର୍ତ୍ତି ଉପରେ ଗଛ ଲତା ଚଢ଼ିଯାଇଛି । ପ୍ରତିମୂର୍ତ୍ତି ପଡ଼ିଥିବା ସ୍ଥାନରେ ଯୁବକମାନେ ମଦ ପିଉଛନ୍ତି । ସହିଦଙ୍କ ପ୍ରତିମୂର୍ତ୍ତି ପାଖରେ ଶହ ଶହ ମଦ ବୋତଲ ପଡ଼ିରହିଛି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସହିଦଙ୍କ ପ୍ରତିମୂର୍ତ୍ତିକୁ ଯିଏ ଏଭଳି ଫୋପାଡ଼ି ଦେଇଛି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସମ୍ମାନର ସହ ପ୍ରତିମୂର୍ତ୍ତିକୁ ଆଉଥରେ ସ୍ଥାପନ କରାଯାଉ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଆଶା କରୁଛୁ ଏହି ଖବର ପ୍ରକାଶନ ପରେ ପ୍ରଶାସନର ନିଶ୍ଚୟ ନଜର ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ