Masthead

ଶୁକ ପାଇକା ମୁହାଣ ନ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

କଟକ, (ବଡ଼ ଖବର ବ୍ୟୁରୋ): ଶୁକ ପାଇକା ବର୍ତ୍ତମାନ କଟକ ସଦର ଅଞ୍ଚଳରେ ଚର୍ଚ୍ଚାର ବିଷୟ। ଆଜି ମୁହାଣ ପୁନର୍ବାର ନ ଖୋଲିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କିଶନନଗର ତହସିଲଦାର ସୁଚେତା ମହାପାତ୍ରଙ୍କୁ ଚାଷୀ, ସମାଜସେବୀ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆୟତ୍ତପୁରଠାରେ ଥିବା ମହାନଦୀର ଶାଖାନଦୀ ଶୁକ ପାଇକା ମୁହାଣ ପୁନର୍ବାର ଖୋଲିଲେ ହଜାର ହଜାର ଏକର ଫସଲ ହାନି ହେବା ସହ ଚାଷୀଙ୍କ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପଡ଼ିବ। ଅପର ପକ୍ଷରେ, ହଜାର ହଜାର ଏକର ଚାଷଜମି, ବାରହା ପାଟ, ଗହିରକୁ ସମ୍ପୂର୍ଣ୍ଣ ବିପଦ ସୃଷ୍ଟି କରିବ। ବର୍ତ୍ତମାନ ସାମାନ୍ୟ ବର୍ଷାରେ ବାରହା ପାଟ ଉବୁଟୁବୁ ହେଉଥିବାବେଳେ ଏହାର ସମାଧାନ ହୋଇନାହିଁ। ଶୁକ ପାଇକା ମୁହାଣ ପୁଣି ଖୋଲିଲେ ଅଞ୍ଚଳରେ ଭୟାନକ ଦୁର୍ଦ୍ଦଶାର ପରିସ୍ଥିତି ସୃଷ୍ଟି ହେବ। ସୂଚନାଯୋଗ୍ୟ, ତତ୍କାଳୀନ ମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ରାଜବନ୍ଦୀ ରାଜକୃଷ୍ଣ ବୋଷ ୧୯୫୨ରେ ବନ୍ୟା ଦାଉରୁ ଅଞ୍ଚଳକୁ ରକ୍ଷା ନିମନ୍ତେ ମହାନଦୀର ଶାଖା ନଦୀ ଶୁକ ପାଇକା ମୁହାଣକୁ ବନ୍ଦ କରିଥିଲେ। ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସମାଜସେବୀ ଦିଲୀପ ମହାନ୍ତି, ରାଜକିଶୋର ମଲ୍ଲିକ, କିଶୋରଚନ୍ଦ୍ର ଜେନା, ଅଜୟ ଭୋଇ, ବାଉରୀବନ୍ଧୁ ମହାନ୍ତି, ପ୍ରଭାକର ସ୍ୱାଇଁ, ସଫିକ୍ ଅଲ୍ଲୀ, ସୁକାନ୍ତ ଜେନା, ସଞ୍ଜୟ ସାମଲ, ମହିଳା ନେତ୍ରୀ କଳ୍ପନା ମହାନ୍ତି, ଶରତ ଚନ୍ଦ୍ର ରାଉତ ରାୟ, ଜ୍ଞାନରଞ୍ଜନ ବିଶୋୟୀ, କୁଞ୍ଜବିହାରୀ ବେହେରା, ଶରତ ଚନ୍ଦ୍ର ଜେନା, ବାଙ୍କବିହାରୀ ଘଡ଼େଇ ଏବଂ ଅନ୍ୟମାନେ ସାମିଲ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି