Masthead

ସ୍ଥାନୀୟ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଯୋଡ଼ା, (ବଡ଼ ଖବର ବ୍ୟୁରୋ): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଳଦା ପଞ୍ଚାୟତରେ ଥିବା ସିଲଯୋଡ଼ା କାଳିମାଟି ଆଇରନ୍ ଆଣ୍ଡ ମାଙ୍ଗାନିଜ ଖଣି ଅଶାନ୍ତ। ଏହି ଖଣିରେ ପୂର୍ବରୁ କାମ କରୁଥିବା ସ୍ଥାନୀୟ ଶ୍ରମିକଙ୍କୁ ନୂତନ ଲିଜଧାରୀ ପୁନଃନିଯୁକ୍ତି ଦେବା ସହ ସ୍ଥାନୀୟ ଅନ୍ୟ ବେକାର ଯୁବକ ଯୁବତୀଙ୍କୁ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ଦେବାକୁ ଦାବି ରଖିଛନ୍ତି। ଗତ ମଙ୍ଗଳବାରଠାରୁ ଖଣି ଫାଟକ ନିକଟରେ ଆଦିବାସୀ କଲ୍ୟାଣ ସମିତି, ସିଲଯୋଡ଼ା ପକ୍ଷରୁ ଧାରଣା ପ୍ରଦର୍ଶନ ଜାରି ରହିଛି। ସିଲଯୋଡ଼ା, ତାଟପାଣି, ଗୁରୁଡ଼ା, କାଳିମାଟି ପ୍ରଭୃତି ଗ୍ରାମର ଶହଶହ ଲୋକ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ପୂର୍ବରୁ ମଙ୍ଗିଲାଲ୍ ରୁଙ୍ଗଟା କମ୍ପାନୀ ଅଧୀନରେ ଏହି ଖଣି ରହିଥିଲା। ନୂତନ ନିଲାମ ପ୍ରକ୍ରିୟାରେ ମେସର୍ସ ଦେବବ୍ରତ ବେହେରା ଖଣି ହାତେଇବା ପରେ ଖଣି ଉପରେ ନିର୍ଭର କରୁଥିବା ଗ୍ରାମବାସୀଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ଦେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଏକମାତ୍ର ରୋଜଗାର ପନ୍ଥା ଖଣିରେ କାର୍ୟ୍ୟ କରି ଜୀବିକା ନିର୍ବାହ କରିବା। ଖଣି ଖଣନ ପରେ ନିଜ ଚାଷଜମି ହରାଇବା ସହ ଅନେକ ଦୁର୍ଦ୍ଦଶାର ଶିକାର ହୋଇ ସ୍ଥାନୀୟ ଲୋକେ ଖଣିଶ୍ରମିକ ଭାବେ କାମ କରିଆସୁଥିଲେ। ଦାବି ପୂରଣ ନ ହେଲେ ନିଜ ହକ୍ ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଖଣି କର୍ତ୍ତୃପକ୍ଷ କହିଛନ୍ତି, ସବୁ ଲୋକଙ୍କୁ କାମ ଦେବା ସମ୍ଭବ ନୁହେଁ, ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ୫୮୦ ଜଣ ସ୍ଥାନୀୟ ଲୋକଙ୍କୁ କଣ୍ଟ୍ରାକ୍ଟରଙ୍କ ଅଧୀନରେ ନିଯୁକ୍ତି ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ