Masthead

ପୂର୍ବତନ ପ୍ରଶାସକ ଗୌରୀଶଙ୍କର ତ୍ରିପାଠୀଙ୍କ ଦ୍ୱାଦଶାହ ଆଜି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ବାପା ତଥା ପୂର୍ବତନ ପ୍ରଶାସକ ଗୌରୀଶଙ୍କର ତ୍ରିପାଠୀଙ୍କ ଦ୍ୱାଦଶାହ। ଗତ ୯ ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ୧୯୨୫ ଏପ୍ରିଲ ୨୫ ତାରିଖ ଜନ୍ମଗ୍ରହଣ କରିଥିଲେ ଗୌରୀଶଙ୍କର। ଉଚ୍ଚଶିକ୍ଷା ପରେ ସେ ସରକାରୀ ଚାକିରି ଜରିଆରେ ରାଜ୍ୟବାସୀଙ୍କ ସେବା କରିଥିଲେ। ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଉନ୍ନୟନ ଅଧିକାରୀ ଥିବାବେଳେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। କେବଳ ପ୍ରଶାସକ ନୁହେଁ ସେ ଜଣେ ଭଲ ଲେଖକ, ବାଗ୍ମୀ, ସଂସ୍କାରକ ତଥା ନୀତିନିଷ୍ଠ ବ୍ୟକ୍ତି ଭାବେ ରାଜ୍ୟରେ ବେଶ୍ ପରିଚିତ ଥିଲେ। ତାଙ୍କର ୫ ପୁଅ ଓ ଦୁଇ ଝିଅ ଅଛନ୍ତି।

ତୃତୀୟ ପୁଅ ଅସିତ ଏବେ ରାଜ୍ୟ ପ୍ରଶାସନିକ ମୁଖ୍ୟ (ମୁଖ୍ୟ ଶାସନ ସଚିବ) ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଗୌରୀଶଙ୍କରଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏକ ଶୋକବାର୍ତ୍ତାରେ କୁହାଯାଇଛି ଯେ ଜଣେ ଲେଖକ, ବାଗ୍ମୀ, ସଂସ୍କାରକ, ପ୍ରଶାସକ ଏବଂ ନୀତିନିଷ୍ଠ ବ୍ୟକ୍ତି ଭାବେ ଆପଣ ବହୁ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଯାଇଛନ୍ତି। ଇହଧାମରୁ ଆପଣଙ୍କ ନଶ୍ୱର ଶରୀର ବିଦାୟ ନେଇଥିଲେ ମଧ୍ୟ ଆମ ହୃଦୟରେ ଆପଣ ଚିର ଜୀବିତ ରହିବେ। ଆପଣଙ୍କ ଆଦର୍ଶ ଏବଂ ଜୀବନାଲୋକ ଆମ୍ଭମାନଙ୍କୁ ଚିରଦିନ ପଥପ୍ରଦର୍ଶନ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି