Masthead

ସାମ୍ବାଦିକଙ୍କ ଉପରେ ବାଲିମାଫିଆଙ୍କ ଦାଦାଗିରି , ମେସିନ ଦ୍ୱାରା ଲୁଟୁଛନ୍ତି ବାଲି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଉଭୟ ସୀମା ରାସଗୋବିନ୍ଦପୁର ଜମ୍ଭିରା ନଦୀରୁ ବାଲି ମାଫିଆ ମେସିନ ସାହାଯ୍ୟରେ ଲୁଟୁଛନ୍ତି ବାଲି । ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ଉପରେ ବାଲି ମାଫିଆଙ୍କ ଦାଦାଗିରି । ରାସଗୋବିନଦପୁର ତହସିଲ ଭିତରେ ତହସିଲଦାରଙ୍କ ସାମ୍ନାରେ ସାମ୍ବାଦିକଙ୍କୁ ବାଲି ମାଫିଆଙ୍କ ମାଡ଼ ।

ଜମ୍ଭୀରା ନଦୀରୁ ଚୋରା ବାଲି ଚାଲାଣର ପୁରା ଦୃଶ୍ୟକୁ ସାମ୍ବାଦିକ ମାନେ କ୍ୟାମେରାରେ ଉଠାଇବା ପରେ ବାଲି ମାଫିଆଙ୍କ ରାଗ ହୋଇଗଲା ପଞ୍ଚମ । ଧାରୁଆ ବ୍ଲେଟ୍ ଧରି ବାଲି ମାଫିଆ ଓ ତାଙ୍କ ପୋଷାଗୁଣ୍ଡା ମିଳିମିଶି ତହସିଲ ଭିତରେ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ କରିବାକୁ ପଛାଇଲେ ନାହିଁ । ଆକ୍ରମଣର ପୁରା ଘଟଣା ତହସିଲ ଅଫିସର ସିସି କ୍ୟାମେରା ହିଁ ପୁରା ଦେଖିଛି ମାଫିଆଙ୍କ ଦାଦାଗିରି ର ଦୃଶ୍ୟ ।

ଶେଷରେ ଆକ୍ରମଣକାରୀଙ୍କ କବଳରୁ ସାମ୍ବାଦିକମାନଙ୍କୁ ଉଦ୍ଧାର କଲା ରାସଗୋବିନ୍ଦପୁର ପୋଲିସ , ବାଲି ମାଫିଆ ଓ ପୋଲିସ ମଧ୍ୟରେ କଣ ରହିଛି ମଧୁ ଚନ୍ଦ୍ରିକା , ଯାହାକି ସାମ୍ବାଦିକଙ୍କ ଲିଖିତ ଅଭିଯୋଗର ୩୬ ଘଣ୍ଟା ପରେବି ମାମଲା ରୁଜୁ ନକରି ମାଫିଆଙ୍କ ପ୍ରତି ରାସଗୋବିନ୍ଦପୁର ଥାନା ଆଇଆଇସି ସୁକାନ୍ତି କରେଇ ଦେଖାଉଛନ୍ତି ଅନୁକମ୍ପା । ମାମଲା ରୁଜୁ ନକରି କାହିଁକି ଚୁପ୍ ବସିଛି ପୋଲିସ ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି