Masthead

ସାମ୍ବାଦିକଙ୍କ ଉପରେ ବାଲିମାଫିଆଙ୍କ ଦାଦାଗିରି , ମେସିନ ଦ୍ୱାରା ଲୁଟୁଛନ୍ତି ବାଲି

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଉଭୟ ସୀମା ରାସଗୋବିନ୍ଦପୁର ଜମ୍ଭିରା ନଦୀରୁ ବାଲି ମାଫିଆ ମେସିନ ସାହାଯ୍ୟରେ ଲୁଟୁଛନ୍ତି ବାଲି । ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ଉପରେ ବାଲି ମାଫିଆଙ୍କ ଦାଦାଗିରି । ରାସଗୋବିନଦପୁର ତହସିଲ ଭିତରେ ତହସିଲଦାରଙ୍କ ସାମ୍ନାରେ ସାମ୍ବାଦିକଙ୍କୁ ବାଲି ମାଫିଆଙ୍କ ମାଡ଼ ।

ଜମ୍ଭୀରା ନଦୀରୁ ଚୋରା ବାଲି ଚାଲାଣର ପୁରା ଦୃଶ୍ୟକୁ ସାମ୍ବାଦିକ ମାନେ କ୍ୟାମେରାରେ ଉଠାଇବା ପରେ ବାଲି ମାଫିଆଙ୍କ ରାଗ ହୋଇଗଲା ପଞ୍ଚମ । ଧାରୁଆ ବ୍ଲେଟ୍ ଧରି ବାଲି ମାଫିଆ ଓ ତାଙ୍କ ପୋଷାଗୁଣ୍ଡା ମିଳିମିଶି ତହସିଲ ଭିତରେ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ କରିବାକୁ ପଛାଇଲେ ନାହିଁ । ଆକ୍ରମଣର ପୁରା ଘଟଣା ତହସିଲ ଅଫିସର ସିସି କ୍ୟାମେରା ହିଁ ପୁରା ଦେଖିଛି ମାଫିଆଙ୍କ ଦାଦାଗିରି ର ଦୃଶ୍ୟ ।

ଶେଷରେ ଆକ୍ରମଣକାରୀଙ୍କ କବଳରୁ ସାମ୍ବାଦିକମାନଙ୍କୁ ଉଦ୍ଧାର କଲା ରାସଗୋବିନ୍ଦପୁର ପୋଲିସ , ବାଲି ମାଫିଆ ଓ ପୋଲିସ ମଧ୍ୟରେ କଣ ରହିଛି ମଧୁ ଚନ୍ଦ୍ରିକା , ଯାହାକି ସାମ୍ବାଦିକଙ୍କ ଲିଖିତ ଅଭିଯୋଗର ୩୬ ଘଣ୍ଟା ପରେବି ମାମଲା ରୁଜୁ ନକରି ମାଫିଆଙ୍କ ପ୍ରତି ରାସଗୋବିନ୍ଦପୁର ଥାନା ଆଇଆଇସି ସୁକାନ୍ତି କରେଇ ଦେଖାଉଛନ୍ତି ଅନୁକମ୍ପା । ମାମଲା ରୁଜୁ ନକରି କାହିଁକି ଚୁପ୍ ବସିଛି ପୋଲିସ ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ