Masthead

ଚାଷୀ ସହ ଚାଷ ବଞ୍ଚାଅଭିଯାନ ସାମିଲ କରାଯାଉ, ନଚେତ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ଅତାବିରା(ବଡ଼ ଖବର ବ୍ୟୁରୋ): ରାଜ୍ୟ ତଥା ଦେଶକୁ ଅନ୍ନ ଯୋଗାଉଥିବା ଅନ୍ନଦାତା ଓ ଚାଷକୁ ବଞ୍ଚାଇବା ଲକ୍ଷ୍ୟ ନେଇ ଗତ ଅଗଷ୍ଟ ୧୫ତାରିଖରୁ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଗାଁକୁ ଗାଁ ଯାଇ ପ୍ରତି ପଞ୍ଚାୟତରେ ଚାଷୀଙ୍କୁ ସଚେତନ କରିବା ସହ ଚାଷୀ ଓ ଚାଷ ବଞ୍ଚାଅ ଅଭିଯାନରେ ସାମିଲ କରାଯାଇଛି l ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଅବସରରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହେଉଛି l ସଂଗଠନର ସଭାପତି ବୀରେନ୍ଦ୍ର କର ସୂଚନା ଦେଇଛନ୍ତି ଯେ, ୨୦୨୪ନିର୍ବାଚନରେ ରାଜନୈତିକ ଦଳ ଗୁଡିକର ନିର୍ବାଚନୀ ଏଜେଣ୍ଡା ଅର୍ଥାତ ଶ୍ୱେତପତ୍ରରେ ଚାଷ ସହ ଚାଷୀ ବଞ୍ଚାଅକୁ ସାମିଲ କରାଯାଉ l ଅନ୍ୟଥା ଚାଷୀ ଆଗକୁ ରାଜରାସ୍ତାକୁ ଓଲ୍ଲାଇବ l ସଂଗଠନ ଛଅଟି ଦାବି ରଖିଛି l ପ୍ର

ଥମତଃ ସମସ୍ତ ଚାଷୀଙ୍କ ଋଣ ସଂପୂର୍ଣ୍ଣ ଛାଡ଼ କରିବା, ଫସଲ ବୀମା ଓ ଇନ୍ପୁଟ୍ ସବ୍ସିଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ପ୍ରଦାନ କରିବା । ଧାନ କ୍ୱିଣ୍ଟାଲ ପିଛା ବୋନସ୍ ୮୦୦ଟଙ୍କା ପ୍ରଦାନ କରିବା । ଚାଷୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ଚାଷୀ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା । ମଣ୍ଡିରେ ଚାଷୀଙ୍କୁ ଶୋଷଣରୁ ମୁକ୍ତି କରିବା ଏବଂ ୬୦ ବର୍ଷରୁ ଉର୍ଦ୍ଧ ଚାଷୀଙ୍କୁ ମାସିକ ୫୦୦୦ଟଙ୍କା ପେନ୍ସନ୍ ଦିଆଯିବାକୁ ଦାବି ରଖାଯାଇଛି l ଚାଷୀ ଓ ଚାଷ ବଞ୍ଚାଅ ଅଭିଯାନର ଆଜିର ଉଦଯାପନୀ ସମାରୋହ ଅତାବିରା ଗାନ୍ଧୀ ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ବିଶାଳ ପଦଯାତ୍ରା ଆରମ୍ଭ କରି ଲାଦେରପାଲି ରାମଚଣ୍ଡୀ ମନ୍ଦିର ଯାଏଁ ଯାଇଥିଲେ ଚାଷୀ ପଟୁଆଳ l ରାମଚଣ୍ଡୀ ମନ୍ଦିରରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ କ୍ଷ ନିଜ ଦାବି ସମାରୋହରେ ଉପସ୍ଥାପନ କରିବେ ଚାଷୀ l

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ