Masthead

ବଲିଉଡରେ ଇଡି ଆତଙ୍କ, ରଣବୀର କପୁରଙ୍କ ପରେ ଆଉ ୪ଜଣଙ୍କୁ ନୋଟିସ୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର । ବଲିଉଡରେ ଇଡି ଆତଙ୍କ ।ବେଟିଂ ଆପ୍ ସ୍କାମ ମାମଲାରେ ଇଡିର ସମନ । ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁର, କମିଡି କିଙ୍ଗ୍ କପିଲ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ଏହି ବଲିଉଡ ସେଲିବ୍ରେଟିଙ୍କୁ ଡାକରା ପରେ ବଲିଉଡରେ ଆତଙ୍କ ଖେଳିଯାଇଛି ।ଏମାନଙ୍କର ଭୂମିକା କ’ଣ, କିଭଳି ଠକେଇରେ ଏମାନଙ୍କର ସମ୍ପୃକ୍ତି ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ମାସ ଫେବୃଆରୀ ମାସରେ ଦୁବାଇର ଏକ ବିବାହ ଉତ୍ସବରେ ଏହି ଫିଲ୍ମ ଷ୍ଟାରମାନଙ୍କୁ ନାଚଗୀତ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏଥିପାଇଁ ସେମାନଙ୍କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିଲା । ଏହି ବିବାହ ଉତ୍ସବରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହାକୁ ନେଇ ଇଡି ଖୋଳତାଡ କରିବା ପରେ ଠକେଇ ସମ୍ପର୍କରେ ସୁରାକ ପାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ