Masthead

ଅଜଣା ରୋଗ ନେଉଛି ଜୀବନ

କାଲିମେଳା, (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ବଡିଗେଟା ପଞ୍ଚାୟତ ସାନଟେକଗୁଡା ଗ୍ରାମରେ ଦୁଇମାସ ଧରି ଲାଗିରହିଛି ଅଜଣା ରୋଗ ଆତଙ୍କ । ଏହି ରୋଗରେ ଏଯାବତ୍ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ରୋଗର କାରଣ ଜଣାପଡିନଥିବା ବେଳେ ଦୂଷିତ ପାଣି ପିଇ ଲୋକମାନଙ୍କର ମୃତ୍ୟୁ ହେଉଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି ।
ଏଭଳି ପରିସ୍ଥିତିରେ ସୋମବାର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଚିତ୍ର । ଲୋକମାନେ ଅଜଣା ରୋଗକୁ ଭୟ କରୁଛନ୍ତି । ଗ୍ରାମରେ କେହି ଅସୁସ୍ଥ ହେଲେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆ ଦ୍ଵାରା ଝଡାଫୁଙ୍କା କରି ପୂଜାର୍ଚ୍ଚନା କରୁଛନ୍ତି । ରୋଗୀକୁ କ୍ୱାକ ତଳେ ଶୁଆଇ ସାଲାଇନ ଲଗାଇ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ତେବେ ଗ୍ରାମରେ ଏ ପର୍ଯ୍ୟନ୍ତ ଡାକ୍ତରୀ ଟିମ ପହଁଚି ନାହିଁ । ଲୋକମାନେ ଆତଙ୍କିତ ହୋଇପଡିଛନ୍ତି ।

ବଡିଗେଟା ଗ୍ରାମଟି ଅତ୍ୟନ୍ତ ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ ।  ଏଠାରେ ବସବାସ କରୁଥିବା ଲୋକମାନେ ସେତେଟା ଶିକ୍ଷିତ କିମ୍ବା ସଚେତନ ନୁହନ୍ତି । ସାନଟେକଗୁଡା ଗ୍ରାମରେ ପାଖାପାଖି ୫୦ଟି ପରିବାରର ୨୫୦ରୁ ଅଧିକ ଲୋକ ବାସ କରନ୍ତି । ଗ୍ରାମରେ ୪ଟି ନଳକୂଅ ଅଛି । ଏହି ନଳକୂଅଗୁଡିକ ମରାମତି ତଥା ରକ୍ଷଣାବେକ୍ଷଣ ଅଭାବରୁ ଲୌହ ମିଶ୍ରିତ ଲାଲପାଣି ବାହାରୁଛି । ଏହି ପାଣି ବ୍ୟବହାର କରି ଶରୀର ଫୁଲିଯିବା ସହ ଯନ୍ତ୍ରଣା ହେଉଥିବା ଗାଁ ଲୋକେ କହିଛନ୍ତି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଅବିଦ ହୁସେନ ଖାନ କହିଛନ୍ତି, ଏହି ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ତେବେ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି । ଗ୍ରାମରେ ଏହି ଅଜଣା ରୋଗ ଯେପରି ନ ବ୍ୟାପେ ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ସହ ଉକ୍ତ ଗ୍ରାମକୁ ଏକ ଡାକ୍ତରୀ ଦଳ ପଠାଇବାକୁ ସାଧାରଣରେ ଦାବି ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼