Masthead

ଉଠିଯିବକି ପୁରୁଣା ମାଲଗୋଦାମ

କଟକ(ବଡ଼ ଖବର ବ୍ୟୁରୋ):୧୫୦ ବର୍ଷ ତଳୁ କଟକରେ ଗଢି ଉଠିଥିଲା ବ୍ୟବସାୟିକ ପ୍ରତିଷ୍ଠାନ ମାଲଗୋଦାମ । ତେବେ ଏକ ଶତାବ୍ଦୀ ବର୍ଷର ପୁରୁଣା ଏହି ମାଲଗୋଦାମକୁ ନେଇ ଆସିଛି ଏକ ବଡ଼ ଖବର । ସମୟକ୍ରମେ ଯାନବାହାନ ଚଳାଚଳ ବଢ଼ିବା ସହିତ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେଥିପାଇଁ ଏହାକୁ ଫୁଲନଖରାରୁ ମଙ୍ଗୁଳି ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼କୁ ସ୍ଥାନାନ୍ତର କରିବାକୁ ବଣିକ ସଂଘ ନିଷ୍ପତ୍ତି ନେଇଛି । ତେବେ ନୂଆ ମାଲଗୋଦାମ ପାଇଁ ରୂପରେଖ ଚୂଡ଼ାନ୍ତ ହୋଇସାରିଛି ।

ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ବଣିକ ସଂଘ ପକ୍ଷରୁ ଏକ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି । ୧୯୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରେ କଟକରେ ମାଲଗୋଦାମ ବସିଥିଲା । ପାଖାପାଖି ୬୦ ଏକର ଜମିରେ ତିଆରି ହୋଇଥିବା ଏହି ମାଲଗୋଦାମରେ ୫ଟି ଗୋଦାମ ଓ ୧୫ଟି ଦୋକାନ ରହିଥିଲା । ମାତ୍ର ଏବେ ଖୁଚୁରା ଦୋକାନ ଓ ଗୋଦାମକୁ ମିଶାଇ ପାଖାପାଖି ୭୮୦ରେ ପହଞ୍ଚି ଗଲାଣି । ମାଲଗୋଦାମକୁ ଦୈନିକ ପାଖାପାଖି ୪ ହଜାର ସାଧାରଣ ଲୋକ ଓ ବ୍ୟବସାୟୀ ଆସୁଛନ୍ତି ।

ଏଥିସହିତ ଛତିଶଗଡ଼, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟରୁ ଦୈନିକ ୫୦-୬୦ ଟ୍ରକ ମାଲ ନେଇ ଆସୁଛି । ଦିନକୁ ଦିନ ମାଲଗୋଦାମର କଳେବର ବୃଦ୍ଧି ପାଉଥିବା ବେଳେ ଲୋକଙ୍କର ଗମନାଗମନ ମଧ୍ୟ ବଢ଼ିବାରେ ଲାଗିଛି । କାଉଣ୍ଟର ଗୋଟିଏ ସ୍ଥାନରେ ରହିଥିବା ବେଳେ ଗୋଦାମ ଅଲଗା ଅଲଗା ସ୍ଥାନରେ ରହୁଛି । ତେଣୁ ବାହାର ରାଜ୍ୟରୁ ଆସୁଥିବା ଗାଡ଼ିଗୁଡ଼ିକ ସିଧାସଳଖ ଗୋଦାମ ନିକଟକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ