Masthead

ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି, ମୃତ୍ୟୁସଂଖ୍ୟା ୩ ହଜାର ପାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି । ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ୩ ହଜାର ପାରକରିଥିବା ସନ୍ଦେହ । ଏବେ ବି ଏୟାର ଷ୍ଟ୍ରାଇକ ଜାରି ରଖିଛି ଇସ୍ରାଏଲୀ ଏୟାର ଫୋର୍ସ । ତେବେ ଏହାରି ଭିତରେ ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି । ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଦଖଲକୁ ନେଲା ଇସ୍ରାଏଲ ସେନା । ହମାସ କବ୍‌ଜାରେ ଥିବା ଅଞ୍ଚଳକୁ ଦଖଲ କଲା ଇସ୍ରାଏଲ ସେନା । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ । ଗାଜାରେ ୨ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘର ସୂଚନା । ତେବେ ଇସ୍ରାଏଲ୍‌କୁ ସହାୟତାର ହାତ ବଢ଼ାଇଲା ଆମେରିକା ।

ଯୁଦ୍ଧାସ୍ତ୍ର ଧରି ଇସ୍ରାଏଲ୍ ପହଞ୍ଚିଲା ପ୍ରଥମ ଆମେରିକୀୟ ବିମାନ । ନେଭାଟିମ୍ ଏୟାରବେସ୍‌ରେ ପହଞ୍ଚିଲା ଆମେରିକୀୟ ବିମାନ ।କାଲି ନେତାନ୍ୟାହୁଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ବାଇଡେନ୍‌ ।ଶୁକ୍ରବାର ସକାଳେ ହମାସର ଅତର୍କିତ ଆକ୍ରମଣରେ ଦକ୍ଷିଣ ଇସ୍ରାଏଲ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ ଏକ ହଜାର ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସିଧା ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତିନ୍ୟାହୁ । ତେବେ କ୍ରମଶଃ ଇସ୍ରାଏଲର ଆକ୍ରମଣ ପ୍ରଚଣ୍ଡ ହେବା ସହ ମୃତ୍ୟୁସଂଖ୍ୟା ପ୍ରାୟ ୩ ହଜାର ଟପିଥିବା ସନ୍ଦେହ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’