Masthead

ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି, ମୃତ୍ୟୁସଂଖ୍ୟା ୩ ହଜାର ପାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜାରି । ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ୩ ହଜାର ପାରକରିଥିବା ସନ୍ଦେହ । ଏବେ ବି ଏୟାର ଷ୍ଟ୍ରାଇକ ଜାରି ରଖିଛି ଇସ୍ରାଏଲୀ ଏୟାର ଫୋର୍ସ । ତେବେ ଏହାରି ଭିତରେ ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି । ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଦଖଲକୁ ନେଲା ଇସ୍ରାଏଲ ସେନା । ହମାସ କବ୍‌ଜାରେ ଥିବା ଅଞ୍ଚଳକୁ ଦଖଲ କଲା ଇସ୍ରାଏଲ ସେନା । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ । ଗାଜାରେ ୨ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘର ସୂଚନା । ତେବେ ଇସ୍ରାଏଲ୍‌କୁ ସହାୟତାର ହାତ ବଢ଼ାଇଲା ଆମେରିକା ।

ଯୁଦ୍ଧାସ୍ତ୍ର ଧରି ଇସ୍ରାଏଲ୍ ପହଞ୍ଚିଲା ପ୍ରଥମ ଆମେରିକୀୟ ବିମାନ । ନେଭାଟିମ୍ ଏୟାରବେସ୍‌ରେ ପହଞ୍ଚିଲା ଆମେରିକୀୟ ବିମାନ ।କାଲି ନେତାନ୍ୟାହୁଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ବାଇଡେନ୍‌ ।ଶୁକ୍ରବାର ସକାଳେ ହମାସର ଅତର୍କିତ ଆକ୍ରମଣରେ ଦକ୍ଷିଣ ଇସ୍ରାଏଲ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ପ୍ରାୟ ଏକ ହଜାର ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସିଧା ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତିନ୍ୟାହୁ । ତେବେ କ୍ରମଶଃ ଇସ୍ରାଏଲର ଆକ୍ରମଣ ପ୍ରଚଣ୍ଡ ହେବା ସହ ମୃତ୍ୟୁସଂଖ୍ୟା ପ୍ରାୟ ୩ ହଜାର ଟପିଥିବା ସନ୍ଦେହ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ