Masthead

ବାହାହେବେ ନା ମତଦାନ କରିବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୋମବାର ନିର୍ବାଚନ କମିଶନର ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୩ ତାରିଖରେ ୨୦୦ ଆସନ ପାଇଁ ମତଦାନ ହେବ । ଏହି ତାରିଖ ଘୋଷଣା ପରେ ମତଦାନ ହ୍ରାସ ପାଇବାକୁ ନେଇ ଚିନ୍ତା ବଢିଛି । ଏହା ପ୍ରତିଟି ରାଜନୈତିକ ଦଳର ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ସେହିଦିନ ହେଉଛି ଦେବ ଉତ୍ଥାପନ ଏକାଦଶୀ । ଜୁନ ୨୮ ତାରିଖରେ ରଥଯାତ୍ରା ପରେ ବିଷ୍ଣୁ ଶୟନରେ ଯାଇଥିଲେ । ଏହାକୁ ବିଷ୍ଣୁ ଶୟନ ଏକାଦଶୀ ତଥା ହରିଶୟନ ଏକାଦଶୀ କୁହାଯାଏ ।

ଦୁଇମାସ ପରେ ପାଶ୍ୱର୍ ବରିବର୍ତ୍ତନ କରିଥିଲେ ମହାପ୍ରଭୁ । ଏହି ଶୟନ ଅବଧି ଚାରିମାସରେ କୌଣସି ଶୁଭ କାର୍ଯ୍ୟ ହୋଇନଥାଏ । ୨୩ ତାରିଖରେ ଦେବ ଉତ୍ଥାପନ ଏକାଦଶୀରେ ବିଷ୍ଣୁଙ୍କ ନିଦ ଭାଙ୍ଗୁତବବାରୁ ଏହିଦିନ ଏକ ଶୁଭ ମୁହୂର୍ତ୍ତ ଅଟେ । ହାରାହାରି ଚାରିମାସ ପରେ ବାହାଘରର ଶୁଭ ମୁହୁର୍ତ୍ତ ଖୋଲିବ । ତେଣୁ ପୂର୍ବ ନିର୍ଦ୍ଧାରିତ ତିଥି ଅନୁସାରେ ଏହିଦିନ ରାଜସ୍ଥାନରେ ୫୦ ହଜାରରୁ ଅଦବକ ବାହାଘର ହେବାର ସମ୍ଭାବନା ରହିଛି । ତେଣୁ ମତଦାନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେହିପରି ଏହିଦିନ ରାଜ୍ୟରେ ଖାଟୁ ଶ୍ୟାମଜୀଙ୍କ ମେଳା ପଡୁଥିବାରୁ ଲକ୍ଷାଧିକ ଲୋକ ଏଥିରେ ସାମିଲ ହେବାର ସମ୍ଭାବାନା ରହିଛି ।

ତେଣୁ ବିବାହ ଓ ମେଳା ଦୃଷ୍ଟିରୁ ନିର୍ବାଚନ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ରହିଛି । ୨୦୧୮ ବିଧାନସଭା ନିର୍ବାଚନରେ ୭୪.୭୧% ମତଦାନ ହୋଇଥିବାବେଳେ ଏବେ ମତଦାନ ପ୍ରତିଶତକୁ ବଢାଇବା ପାଇଁ ପ୍ରଶାସନ ଓ ନିର୍ବାଚନ କମିଶନ ଉଦ୍ୟମ କରୁଥିବାବେଳେ ଏହି ବାହାଘର ତିଥି ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ଦଳ ଆଶଙ୍କା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ