Masthead

ଇସ୍ରାଏଲ ରକେଟ୍ ମାଡ଼ରେ ସିରିଆର ୨ଟି ପ୍ରମୁଖ ଏୟାରପୋର୍ଟରେ ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସିରିଆକୁ ବ୍ୟାପିଲା ଯୁଦ୍ଧର ନିଆଁ। ସିରିଆର ଦୁଇଟି ଏୟାରପୋର୍ଟ ଉପରେ ଇସ୍ରାଏଲର ଆକ୍ରମଣ । ଫଳରେ ସିରିଆ ରାଜଧାନୀ ଡାମାସକସ୍ ଓ ଆଲେପ୍ପୋରେ ଇସ୍ରାଏଲ୍ ରକେଟ୍ ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି ।  ଦୁଇଟି ଯାକ ବିମାନବନ୍ଦରରେ ଏକା ସାଙ୍ଗରେ ବହୁସଂଖ୍ୟକ ରକେଟ୍ ଖସିଥିଲା । ଏଥିରେ ରନୱେ ବ୍ୟାପକ କ୍ଷତିଗ୍ରସ୍ତ ହେବା ଯୋଗୁଁ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ଗାଜା ସଂକଟରୁ ଧ୍ୟାନ ହଟାଇବା ପାଇଁ ଇସ୍ରାଏଲ୍ ଏଭଳି ଆକ୍ରମଣ କରିଥିବା ସିରିଆ ଅଭିଯୋଗ କରିଥିବା ବେଳେ ଇସ୍ରାଏଲ୍ ଏନେଇ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ରଖିନି । ତେବେ କିଛି ଦିନ ତଳେ ସିରିୟା ପଟୁ ଇସ୍ରାଏଲକୁ ରକେଟ୍ ମାଡ଼ ହୋଇଥିଲା ଏବଂ ଏହା ତାହାର ଜବାବ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ