Masthead

‘ଅପରେସନ ଅଜୟ’ରେ ଦେଶକୁ ଫେରିଲେ ଆଉ ୨୩୫ ଭାରତୀୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ‘ଅପରେସନ ଅଜୟ’ରେ ଦେଶକୁ ଫେରିଛନ୍ତି ୨୩୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବ୍ରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି ।

କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିିଛି ଉଦ୍ୟମ । ଦୁଇ ଦିନରେ ଦୁଇଟି ପର‌୍ୟ୍ୟାୟରେ ୪୪୭ଜଣ ଭାରତୀୟ ଫେରିଛନ୍ତି । ଶୁକ୍ରବାର ରାତିରେ ୨୩୫ ଜଣ ଭାରତୀୟ ତେଲ ଅବିବ୍ ବିମାନ ବନ୍ଦରରୁ ବାହାରିଥିଲେ । ଆଜି ସକାଳେ ସମସ୍ତେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି । ବିମାନରେ ପହଂଚିବା ପରେ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ ଭରତୀୟ ।

ଯୁଦ୍ଧର ବିଭୀଷିକା ଭିତରେ ସ୍ୱଦେଶ ଫେରିବାରୁ ଆଶ୍ୱସ୍ତ ହୋଇଛନ୍ତି । ଦିଲ୍ଲୀରେ ପହଂଚିବା ପରେ ଭାରତୀୟମାନେ ଯୁଦ୍ଧଭୂମିର ଅନୁଭୂତି ବଖାଣିଛନ୍ତି । ଯୁଦ୍ଧ ଭିତରେ କେମିତି ଓ କେଉଁଠି ରହୁଥିଲେ, ସେସବୁ କହିଛନ୍ତି । ସାଇରନ ବାଜିଲେ କିପରି ବଙ୍କର ଭିତରକୁ ଯାଇ ଜୀବନ ବଂଚାଇବାକୁ ପଡ଼ୁଥିଲା ତାହା ବର୍ଣ୍ଣନା କରିଛନ୍ତି । ଏହାସହ ଅପରେସନ୍ ଅଜୟକୁ ଖୁବ୍ ପ୍ରଶଂସା କରିଛନ୍ତି ଇସ୍ରାଏଲରୁ ଆସିଥିବା ଭାରତୀୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି