ଗ୍ରୁପ୍ ଡି କର୍ମଚାରୀଙ୍କ ହାତରେ ରୋଗୀଙ୍କ ଭାଗ୍ୟ

ରାଇଘର (ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅଭାବ ନାହିଁ । ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗିରହିଛି ସମସ୍ୟା । ଏମିତି ଅନେକ ଗାଁ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଲୋକଙ୍କ ପାଖରେ ପହଞ୍ଚିପାରିନି । ପ୍ରଶାସନିକ କ୍ଷେତ୍ରରେ ସମସ୍ୟାର ସମାଧାନ ହେଉନଥିବାରୁ ରୋଗୀ ଭୋଗୁଛନ୍ତି ନର୍କ ଯନ୍ତ୍ରଣା ।

ଏବେ ଆମେ କହୁଛୁ ରାଇଘର ବ୍ଲକ ମହଣ୍ଡ ପଂଚାୟତର ମହଣ୍ଡ ଗାଁରେ ଥିବା ଆୟୁର୍ବେଦିକ ମେଡିକାଲ କଥା । ୧୯୯୭ରେ ପ୍ରତିଷ୍ଠା ହୋଇଥିଲା ଏହି ଆୟୁର୍ବେଦିକ ମେଡିକାଲ । ଆରମ୍ଭରୁ ସବୁ ଠିକ୍ ଠାକ୍ ଚାଲିଥିଲା । ୨୦୧୦ରେ ଏହି ମେଡିକାଲର ଡାକ୍ତରଙ୍କ ଅନ୍ୟତ୍ର ବଦଳି ହୋଇଗଲା । ଆଉ ବଦଳିଗଲା ମହଣ୍ଡ ଆୟୁର୍ବେଦିକ ମେଡିକାଲର ଭାଗ୍ୟ । 

୨୦୧୦ଠାରୁ ସରକାର ଏଠାରେ କୌଣସି ଡାକ୍ତରଙ୍କୁ ନିଯୁକ୍ତି ଦେଲେ ନାହିଁ । ରୋଗୀମାନେ ଔଷଧ ପାଇଲେ ନାହିଁ । ୧୦ ବର୍ଷ ହେଲାଣି ଏହି ହସ୍ପିଟାଲରେ କେହି ଡାକ୍ତର ନାହାନ୍ତି । ପଞ୍ଚାୟତବାସୀ ଚିକିତ୍ସା ପାଇବାରୁ ବଞ୍ଚିତ ହେବାସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୦ ହଜାରରୁ ଅଧିକ ଲୋକ ବାସ କରନ୍ତି ମୋହଣ୍ଡ ପଂଚାୟତରେ । ଲୋକେ ସ୍ୱାସ୍ଥ୍ୟସେବା ପାଇଁ ବାଧ୍ୟ ହୋଇ ରାଇଘର, ଉମରକୋଟ ଓ ନବରଙ୍ଗପୁରକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ।

ଡାକ୍ତର ନଥିଲେ କ’ଣ ହେଲା, ମହଣ୍ଡ ଆୟୁର୍ବେଦିକ ମେଡିକାଲ ୧୦ ବର୍ଷ ହେବ ସମ୍ଭାଳିଛନ୍ତି ଜଣେ ଗ୍ରୁପ ଡି କର୍ମଚାରୀ । ତାଙ୍କ ଭରସାରେ ପଡିରହିଛି ମେଡିକାଲ୍ କୋଠା । ମେଡିକାଲକୁ ଔଷଧ ମଧ୍ୟ ଆସୁଛି, କିନ୍ତୁ ଦୁଃଖର ବିଷୟ ଡାକ୍ତର ନଥିବାରୁ ଏଠାକୁ ଆସୁଥିବା ଔଷଧ ରୋଗୀଙ୍କ କାମରେ ନଲାଗି ଖତ ଖାଉଛି । ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ମେଡିକାଲ ସମ୍ମୁଖରେ ପ୍ରଶାସନିକ ଅବହେଳାର ପ୍ରତିବାଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!