Masthead

ଗ୍ରୁପ୍ ଡି କର୍ମଚାରୀଙ୍କ ହାତରେ ରୋଗୀଙ୍କ ଭାଗ୍ୟ

ରାଇଘର (ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଅଭାବ ନାହିଁ । ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗିରହିଛି ସମସ୍ୟା । ଏମିତି ଅନେକ ଗାଁ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଲୋକଙ୍କ ପାଖରେ ପହଞ୍ଚିପାରିନି । ପ୍ରଶାସନିକ କ୍ଷେତ୍ରରେ ସମସ୍ୟାର ସମାଧାନ ହେଉନଥିବାରୁ ରୋଗୀ ଭୋଗୁଛନ୍ତି ନର୍କ ଯନ୍ତ୍ରଣା ।

ଏବେ ଆମେ କହୁଛୁ ରାଇଘର ବ୍ଲକ ମହଣ୍ଡ ପଂଚାୟତର ମହଣ୍ଡ ଗାଁରେ ଥିବା ଆୟୁର୍ବେଦିକ ମେଡିକାଲ କଥା । ୧୯୯୭ରେ ପ୍ରତିଷ୍ଠା ହୋଇଥିଲା ଏହି ଆୟୁର୍ବେଦିକ ମେଡିକାଲ । ଆରମ୍ଭରୁ ସବୁ ଠିକ୍ ଠାକ୍ ଚାଲିଥିଲା । ୨୦୧୦ରେ ଏହି ମେଡିକାଲର ଡାକ୍ତରଙ୍କ ଅନ୍ୟତ୍ର ବଦଳି ହୋଇଗଲା । ଆଉ ବଦଳିଗଲା ମହଣ୍ଡ ଆୟୁର୍ବେଦିକ ମେଡିକାଲର ଭାଗ୍ୟ । 

୨୦୧୦ଠାରୁ ସରକାର ଏଠାରେ କୌଣସି ଡାକ୍ତରଙ୍କୁ ନିଯୁକ୍ତି ଦେଲେ ନାହିଁ । ରୋଗୀମାନେ ଔଷଧ ପାଇଲେ ନାହିଁ । ୧୦ ବର୍ଷ ହେଲାଣି ଏହି ହସ୍ପିଟାଲରେ କେହି ଡାକ୍ତର ନାହାନ୍ତି । ପଞ୍ଚାୟତବାସୀ ଚିକିତ୍ସା ପାଇବାରୁ ବଞ୍ଚିତ ହେବାସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୦ ହଜାରରୁ ଅଧିକ ଲୋକ ବାସ କରନ୍ତି ମୋହଣ୍ଡ ପଂଚାୟତରେ । ଲୋକେ ସ୍ୱାସ୍ଥ୍ୟସେବା ପାଇଁ ବାଧ୍ୟ ହୋଇ ରାଇଘର, ଉମରକୋଟ ଓ ନବରଙ୍ଗପୁରକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ।

ଡାକ୍ତର ନଥିଲେ କ’ଣ ହେଲା, ମହଣ୍ଡ ଆୟୁର୍ବେଦିକ ମେଡିକାଲ ୧୦ ବର୍ଷ ହେବ ସମ୍ଭାଳିଛନ୍ତି ଜଣେ ଗ୍ରୁପ ଡି କର୍ମଚାରୀ । ତାଙ୍କ ଭରସାରେ ପଡିରହିଛି ମେଡିକାଲ୍ କୋଠା । ମେଡିକାଲକୁ ଔଷଧ ମଧ୍ୟ ଆସୁଛି, କିନ୍ତୁ ଦୁଃଖର ବିଷୟ ଡାକ୍ତର ନଥିବାରୁ ଏଠାକୁ ଆସୁଥିବା ଔଷଧ ରୋଗୀଙ୍କ କାମରେ ନଲାଗି ଖତ ଖାଉଛି । ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ମେଡିକାଲ ସମ୍ମୁଖରେ ପ୍ରଶାସନିକ ଅବହେଳାର ପ୍ରତିବାଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ