Masthead

ବ୍ରେନ୍‌ଡେଡ୍‌ ଘୋଷଣା ପରେ ୫ ଦିନର ଶିଶୁ କଲେ ଅଙ୍ଗଦାନ,୬ ଜଣ ଶିଶୁଙ୍କୁ ଦେଲା ନୂଆ ଜୀବନ

ସୁରଟ(ବଡ଼ ଖବର ବ୍ୟୁରୋ): ଜନ୍ମର ୫ଦିନ ମଧ୍ୟରେ ନବଜାତ କଲା ଅଙ୍ଗଦାନ ।ସୁରଟର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ନବଜାତକୁ ବ୍ରେନ ଡେଡ ଘୋଷଣା କରିଥିଲେ। ମାତ୍ର ୫ ଦିନ ପାଇଁ ସେ ଦୁନିଆକୁ ଆସିଥିଲା । ଆଉ ତାରି ଭିତରେ ଏମିତି ମହତ କାମ କରିଗଲା ଯେ, ତା ମହାନତାକୁ ମନେ ପକାଉଛି ସାରା ଦେଶ । ଗୁଜରାଟ ସୁରଟ ହସ୍ପିଟାଲରେ ଦମ୍ପତି ହର୍ଷଦ ସଂଘାଣି ଓ ଚେତନା ସଂଙ୍ଘାଣି । ଗତ ୧୩ ତାରିଖରେ ଏକ ପୁତ୍ର ସନ୍ତାନ । ତେବେ ଦୁର୍ଭାଗ୍ୟ, ହସ୍ପିଟାଲରେ ଜନ୍ମ ହେବା ପରେ ଶିଶୁଟି କାନ୍ଦି ନଥିଲା । ପରେ ତାକୁ ଏକ ସ୍ୱତନ୍ତ୍ର ଚାଇଲଡ୍ କେୟାର ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ଆଇସିୟୁରେ ୩ରୁ ୪ ଦିନ ଅବଜର୍ଭେସନରେ ରଖିବାକୁ ପରାମର୍ଶ ଦେଇଥିଲେ ।

ଏହା ପରେ ବି ଶିଶୁଟିର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିନଥଲା। ପରେ ଡାକ୍ତର ତାକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଦ୍ୱିତୀୟ ସନ୍ତକର ସ୍ମୃତି କେମିତି ସବୁଦିନ ବଞ୍ଚିରହିବ, ସେଥିପାଇଁ ଅଙ୍ଗଦାନର ମହତ ନିଷ୍ପତ୍ତି ନେଇଥିଲେ । ସନ୍ତାନ ହରାଇବାର ଗଭୀର ମାନସିକ ଆଘାତ ଭିତରେ ଅନ୍ୟ କାହାର ଜୀବନ ବଞ୍ଚାଇବାର ମହାନତା ଦେଖାଇଥିବା ଏ ଦମ୍ପତିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଥିଲା ସୁରତର ଜୀବନଦୀପ ଅଙ୍ଗଦାନ ସଂସ୍ଥା । ଶିଶୁଟି ଦୁଇ ଆଖି, ଦୁଇ କିଡନୀ, ଲିଭର ଓ ସ୍ପ୍ଲିନ୍ ବା ପ୍ଲିହା ଦାନ କରିବା ପରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲା ।ଆଉ ଏପଟେ ତାର ମହତ ଦାନ ୬ ଜଣ ଶିଶୁଙ୍କୁ ଦେଇଥିଲା ନୂଆ ଜୀବନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ