Masthead

ଆଉ ପଛ ଚୌକି ନୁହେଁ ସାଇଡ ଚୌକିରେ ବସିପାରନ୍ତି ପାଣ୍ଡିଆନ, ଆଗକୁ ନବୀନଙ୍କ ଚୌକି ବି ଦୂର ନୁହେଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଯିବ ନବୀନ ଯୁଗ । ଓଡ଼ିଶା ରାଜନୀତିରେ ନୂଆ ପିଢିର ପ୍ରବେଶ ସମୟ । ଭିକେ ପାଣ୍ଡିଆନଙ୍କ ଅବସର ଓ ରାଜନୀତିରେ ସକ୍ରିୟ ପ୍ରବେଶ ଚର୍ଚ୍ଚା ଭିତରେ ଆଉ ଗୋଟିଏ କଥା ବି ଚର୍ଚ୍ଚା ହେଉଛି । ୟେ ଚର୍ଚ୍ଚା ନବୀନ ଯୁଗ ଶେଷର । ତେବେ ନବୀନଙ୍କ ପାଖ ଚୌକିରେ ଆଗକୁ ପାଣ୍ଡିଆନ ବସିବେ ନା ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ପାଇଁ ରଣନୀତି ହେଉଛି ସେ କଥା ଚର୍ଚ୍ଚା ଚାଲିଛି । ଆଉ ଚର୍ଚ୍ଚା ଏ କଥାର ବି ହେଉଛି, ବ୍ୟକ୍ତିଗତ ସଚିବ ଭାବେ ସବୁ ମଂଚରେ ନବୀନଙ୍କ ପଛରେ ବସୁଥିବା ପାଣ୍ଡିଆନ, ଏଣିକି ନବୀନଙ୍କ ସାଇଡ ଚୌକିରେ ବସିବାର ଦେଖିବାକୁ ମିଳିବ କି? ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିରେ ହୋଇଥିଲା ନବୀନ ପ୍ରବେଶ ।

୨୦୦୦ରେ ମୁଖ୍ୟମନ୍ତ୍ରୀ ହେବାଠାରୁ ଆଜିଯାଏଁ ଏହାକୁ ଓଡ଼ିିଶା ରାଜନୀତିର ନବୀନ ଯୁଗ ବୋଲି ନିଃସନେ୍ଦହରେ କୁହାଯିିବ । ଅନେକଥର ଏମିତି ସମୟ ଆସିଛି, ଯେବେ ନବୀନଙ୍କ ପାଇଁ ଅଡୁଆ ସ୍ଥିତି ଉପୁଜିଛି । କିନ୍ତୁ ସବୁ ବାଧାକୁ ଅତିକ୍ରମ କରି ରେକର୍ଡ ପରେ ରେକର୍ଡ ବିଜୟ ବାନା ଉଡ଼ାଇ ଅପ୍ରତିଦ୍ୱନ୍ଦ୍ୱୀ ନେତା ସାଜିଛନ୍ତି ବିଜୁ ନନ୍ଦନ । କେତେ ବିରୋଧୀ ଚେଷ୍ଟା କରିଛନ୍ତି ତାଙ୍କୁ ହଟାଇବାକୁ, କେତେ ନିଜ ଦଳରୁ ବିଦ୍ରୋହୀ ସାଜିଛନ୍ତି ହେଲେ କେହି ତାଙ୍କୁ ହରାଇପାରିନାହାନ୍ତି । ତାଙ୍କୁ ହରାଇବାକୁ ଯାଇ କେତେ ବଡ଼ ବଡ଼ ନେତାଙ୍କ କ୍ୟାରିୟର ସଫା ହୋଇଯାଇଛି । ସବୁବେଳେ ଗୋଟେ ଚର୍ଚ୍ଚା ଖୁବ୍ ହୁଏ ।

ବିଜେଡିରେ ନବୀନଙ୍କ ପରେ କିଏ? କେତେବେଳେ ତାଙ୍କ ପୁତୁରା ଅରୁଣଙ୍କ ନାଁ ଉଠିଛି କେତେବେଳେ ପୁଣି ଯାଜପୁର ବିଧାୟକ ବବି ଦାସଙ୍କ କଥା । ହେଲେ ଏବେ ଲାଗୁଛି, ସମସ୍ତେ ପଛରେ ପଡ଼ିଗଲେ । ବାଜି ମାରିନେଲେ ଭିକେ ପାଣ୍ଡିଆନ । ବ୍ୟକ୍ତିଗତ ସଚିବରୁ ସୁପର ପାୱାର ସାଜିଛନ୍ତି ସେ । ପାଣ୍ଡିଆନଙ୍କୁ ନେଇ ଯେଉଁଭଳି ଚର୍ଚ୍ଚା ଚାଲୁଛି, ଲାଗୁଛି ଯେମିତି ସେ ନବୀନଙ୍କ କ୍ରେଜକୁ ବି ପଛରେ ପକାଇଦେଇଛନ୍ତି । ଦେଖନ୍ତୁ ପାଣ୍ଡିଆନଙ୍କ ଅବସରକୁ ନେଇ ବିଜେଡିର ବଡ଼ ବଡ଼ ନେତା କିଭଳି ପ୍ରଶଂସାରେ ପୋତି ପକାଉଛନ୍ତି । ଅମର ପଟ୍ଟନାୟକଙ୍କଠାରୁ ଅମର ଶତପଥୀ ସମସ୍ତଙ୍କ ନଜରରେ ଭିକେ ପାଣ୍ଡିଆନ ବିକାଶ ପୁରୁଷ । ବିଜେଡି ଓ ସରକାରରେ ଆଗକୁ କିଏ ସାଜିବେ ମୁଖିଆ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିଲେ ବି ସମସ୍ତେ ଜାଣିସାରିଛନ୍ତି ପରିବର୍ତ୍ତନ ହେବାକୁ ଯାଉଛି । ନବୀନ ଯୁଗ ସରି ଏକ ନୂଆ ଯୁଗ ଆରମ୍ଭର ଆଭାସ ମିଳିସାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ