Masthead

ଜାନୁଆରୀ ୧୭ରେ ହେବ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲାଣି ରାମ ମନ୍ଦିରର ପ୍ରସ୍ତୁତି । ହେବାକୁ ଯାଉଛି ଅପେକ୍ଷାର ଅନ୍ତ । ଜାନୁଆରୀ ୨୨ରେ ୨୦୨୪ରେ ହେବ ଏହାର ଶୁଭ ଉଦଘାଟନ । ପ୍ରଧାନମନ୍ତ୍ରୀ କରିବେ ରାମ ମନ୍ଦିରର ଶୁଭ ଉଦଘାଟନ  । ଯାହାକୁ ନେଇ ସାରା ଭାରତରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତଙ୍କ ମଧ୍ୟରେ ଆଗ୍ରହ ରହିଛି । ଏହି ରାମ ମନ୍ଦିର ପ୍ରସଙ୍ଗକୁ ନେଇ ବିଜେପିକୁ ଏକ ଭଲ ପଲିଟିକାଲ ମାଇଲେଜ ଦେବ ବୋଲି କୁହଯାଉଛି । ରାମ ମନ୍ଦିରର ପ୍ରଭାବ ଓଡ଼ିଶାରେ ବି ଅଛି । ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ଓଡ଼ିଶାର ଲୋକଙ୍କ ମନରେ ମଧ୍ୟ ଆନନ୍ଦ ଉତ୍ସାହ ରହିଛି ।

ଯେମିତି ଭାରତରେ ରହିଛି । ଠିକ୍ ଏତିକି ବେଳେ ଲାଗୁଛି ଯେମିତି ଏହାକୁ କାଉଣ୍ଟର କରିବା ପାଇଁ ଠିକ୍ ସେହି ସମୟରେ ହିଁ ପରିକ୍ରମା ପ୍ରକଳ୍ପ ଶେଷହୋଇ ଲୋକାର୍ପିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଘୋଷଣା ହୋଇଛି ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ । ଜାନୁଆରୀ ୧୨ରୁ ହୋମଯଜ୍ଞ ଆରମ୍ଭ ହେବ । ଦୀର୍ଘଦିନ ଧରି ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଚାଲିଛି । ସେଥିପାଇଁ ଚାରିପଟେ ମଧ୍ୟ ଖୋଳାଖୋଳି ଚାଲିଛି । ଯାହାକୁ ନେଇ ମଧ୍ୟ ଅନେକ ବିବାଦ ମଧ୍ୟ ହୋଇଥିଲା ।ଭକ୍ତମାନେ ମଧ୍ୟ ବହୁତ ହନ୍ତସନ୍ତ ହେଉଛନ୍ତି ଦର୍ଶନ ବ୍ୟବସ୍ଥାକୁ ନେଇ । ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ସମାଲୋଚନା ମଧ୍ୟ ହେଉଛି । ସେଥିରୁ ପଲିଟିକାଲ ମାଇଲେଜ ନେବା ପାଇଁ ସରକାର ଯୋଜନା କରୁଥିବା ଭଳି ଜଣାପଡ଼ୁଛି । ଆଉ ସେଥିପାଇଁ ବୋଧେ ରାମମନ୍ଦିର ଉଦଘାଟନ ସମୟରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରଖାଯାଇଛି କି ବୋଲି ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ