Masthead

ଜାନୁଆରୀ ୧୭ରେ ହେବ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲାଣି ରାମ ମନ୍ଦିରର ପ୍ରସ୍ତୁତି । ହେବାକୁ ଯାଉଛି ଅପେକ୍ଷାର ଅନ୍ତ । ଜାନୁଆରୀ ୨୨ରେ ୨୦୨୪ରେ ହେବ ଏହାର ଶୁଭ ଉଦଘାଟନ । ପ୍ରଧାନମନ୍ତ୍ରୀ କରିବେ ରାମ ମନ୍ଦିରର ଶୁଭ ଉଦଘାଟନ  । ଯାହାକୁ ନେଇ ସାରା ଭାରତରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତଙ୍କ ମଧ୍ୟରେ ଆଗ୍ରହ ରହିଛି । ଏହି ରାମ ମନ୍ଦିର ପ୍ରସଙ୍ଗକୁ ନେଇ ବିଜେପିକୁ ଏକ ଭଲ ପଲିଟିକାଲ ମାଇଲେଜ ଦେବ ବୋଲି କୁହଯାଉଛି । ରାମ ମନ୍ଦିରର ପ୍ରଭାବ ଓଡ଼ିଶାରେ ବି ଅଛି । ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ଓଡ଼ିଶାର ଲୋକଙ୍କ ମନରେ ମଧ୍ୟ ଆନନ୍ଦ ଉତ୍ସାହ ରହିଛି ।

ଯେମିତି ଭାରତରେ ରହିଛି । ଠିକ୍ ଏତିକି ବେଳେ ଲାଗୁଛି ଯେମିତି ଏହାକୁ କାଉଣ୍ଟର କରିବା ପାଇଁ ଠିକ୍ ସେହି ସମୟରେ ହିଁ ପରିକ୍ରମା ପ୍ରକଳ୍ପ ଶେଷହୋଇ ଲୋକାର୍ପିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଘୋଷଣା ହୋଇଛି ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ । ଜାନୁଆରୀ ୧୨ରୁ ହୋମଯଜ୍ଞ ଆରମ୍ଭ ହେବ । ଦୀର୍ଘଦିନ ଧରି ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଚାଲିଛି । ସେଥିପାଇଁ ଚାରିପଟେ ମଧ୍ୟ ଖୋଳାଖୋଳି ଚାଲିଛି । ଯାହାକୁ ନେଇ ମଧ୍ୟ ଅନେକ ବିବାଦ ମଧ୍ୟ ହୋଇଥିଲା ।ଭକ୍ତମାନେ ମଧ୍ୟ ବହୁତ ହନ୍ତସନ୍ତ ହେଉଛନ୍ତି ଦର୍ଶନ ବ୍ୟବସ୍ଥାକୁ ନେଇ । ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ସମାଲୋଚନା ମଧ୍ୟ ହେଉଛି । ସେଥିରୁ ପଲିଟିକାଲ ମାଇଲେଜ ନେବା ପାଇଁ ସରକାର ଯୋଜନା କରୁଥିବା ଭଳି ଜଣାପଡ଼ୁଛି । ଆଉ ସେଥିପାଇଁ ବୋଧେ ରାମମନ୍ଦିର ଉଦଘାଟନ ସମୟରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରଖାଯାଇଛି କି ବୋଲି ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା