Masthead

ମନମୁଖୀ ଭାବରେ ଚାଲିଛି ପୂର୍ତ୍ତ ବିଭାଗର ରାସ୍ତାକାମ, ବିରୋଧ କଲେ ମିଳୁଛି ଧମକ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ମନମୁଖୀ ଭାବରେ ଚାଲିଛି ପୂର୍ତ୍ତ ବିଭାଗର ରାସ୍ତାକାର୍ୟ୍ୟ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ପୂର୍ତ୍ତ ବିଭାଗ ପକ୍ଷରୁ ନାଉଗାଁ ଆଙ୍କୁଅ ରାସ୍ତାର ପ୍ରାୟ ୫ କିଲୋ ମିଟର ରାସ୍ତାର ସମ୍ପ୍ରସାରଣ କାର୍ୟ୍ୟ ଚାଲୁ ରହିଛି। କିନ୍ତୁ ଦୁଃଖର ବିଷୟ ଏହି ରାସ୍ତା କାର୍ୟ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ଦେଖିବାକୁ ମିଳିଛି। ଏକ ବର୍ଷ ହେଲାଣି କାର୍ୟ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ସୂଚନା ଫଳକ ଦେଖିବାକୁ ମିଳୁନାହିଁ ତା ସହିତ କାର୍ୟ୍ୟ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦର୍ଶନ ମିଳିବା କଷ୍ଟକର। ନିମ୍ନମାନର କାର୍ୟ୍ୟ ହେଉଥିବା ଅଭିଯୋଗ ଆଣୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ବିରୋଧ କଲେ ମିଲୁଛି ଧମକ।

ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ ଅର୍ଥ ପିପାସୁ ଠିକାଦାରଙ୍କ ପାଇଁ ହିନସ୍ଥା ହେଉଛନ୍ତି ସାଧାରଣ ଜନତା। ସରକାରଙ୍କ ଜାଗା ଥାଇ ସେଠି ରାସ୍ତା ନିର୍ମାଣ କରା ନଯାଇ ସାଧାରଣ ଲୋକଙ୍କ ଜାଗା ଉପରେ ଜୋର ଜବରଦସ୍ତ ନିର୍ମାଣ କରାଯାଉଛି ରାସ୍ତା । ଯଦି ସାଧାରଣ ଲୋକ ବିରୋଧ କଲେ ଠିକାଦାରଙ୍କ ପୋଷା ଗୁଣ୍ଡା ଦେଉଛନ୍ତି ଧମକ। ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ। ତୁରନ୍ତ ସମାଧାନ ପାଇଁ କାର୍ୟ୍ୟକୁ ବନ୍ଦ କରିଛନ୍ତି ସାଧାରଣ ଜନତା । ଯଥା ଶୀଘ୍ର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ କରିଛନ୍ତି ଗୁହାରି। ଯଦି ତୁରନ୍ତ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ରାସ୍ତା ରୋକ କରିବା ପାଇଁ ସ୍ଥାନୀୟ ଲୋକେ ଦେଇଛନ୍ତି ଚେତାବନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା