Masthead

ଆଇସିସି ମ୍ୟାଚ, ଭାରତ ଆଗରେ ସବୁବେଳେ ନ୍ୟୁଜିଲାଣ୍ଡ ବିପଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇସିସି କ୍ରିକେଟ ବିଶ୍ୱକପ୍ । ଭାରତ ଆଗରେ ସବୁବେଳେ କଣ୍ଟା ହୋଇଛି ନ୍ୟୁଜିଲାଣ୍ଡ । ଭାରତ ପାଇଁ ସବୁବେଳେ ବିପଦ ସାଜିଛି ବ୍ଲାକକ୍ୟାପ । ଦିନିକିଆ ବିଶ୍ୱକପରୁ ଆରମ୍ଭ କରି ଆଇସିସି ଟେଷ୍ଟ ଚାମ୍ପିଆନସିପ, ଟି୨୦ ବିଶ୍ୱକପ ଓ ଚମ୍ପିଆନ୍ସ ଟ୍ରଫି ଆଦିରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡ ଘାତକ ହୋଇଛି । ବିଫଳତାକୁ ଭାରତ ୨୦୨୩ ବିଶ୍ୱକପ୍ ସେମିଫାଇନାଲରେ ଦୂର କରିବା ନେଇ କ୍ରିକେଟପ୍ରେମୀ ଆଶା ରଖିଛନ୍ତି ।

• ୨୦୧୯ ଦିନିକିଆ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା । ମଂଚେଷ୍ଟରରେ ବର୍ଷା ପାଇଁ ମ୍ୟାଚ ଦୁଇ ଦିନ ଖେଳାଯାଇଥିଲା । ଏଥିରେ ଭାରତ ୧୭୮ରନରେ ପରାଜିତ ହୋଇଥିଲା ।
• ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସଲିପ ୨୦୧୯-୨୧ ପ୍ରଥମ ସଂସ୍କରଣରେ ଫାଇନାଲ ସାଉଥମ୍ପଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ  ଖେଳାଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ଭାରତକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା ।
• ଆଇସିସି ନକଆଉଟ ଟ୍ରଫି ୨୦୦୦ର ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡ ୪ ୱିକେଟରେ   ଭାରତକୁ  ପରାସ୍ତ କରି ଚମ୍ପିଆନ ହୋଇଥିଲା ।
• ଟି୨୦ ବିଶ୍ୱକପ-୨୦୨୧ ଗ୍ରୁପ-୨ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡମଧ୍ୟରେ ଖେଳାଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡ ୮   ୱିକେଟରେ ଭାରତକୁ ପରାସ୍ତ କରିଥିଲା ।
• ୨୦୦୭ରେ ଟି୨୦ ବିଶ୍ୱକପ ପ୍ରଥମ ସଂସ୍କରଣ ଗ୍ରୁପ-ଇ ଏକ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୦ରନରେ ଭାରତକୁ ପରାସ୍ତ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ