Masthead

ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣା, ଉଦ୍ଧାରକାର୍ଯ୍ୟକୁ ଲାଗିପାରେ ୪-୫ ଦିନ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ):  ଉତ୍ତରକାଶୀ ଟନେଲ ଭୁଶୁଡିବା ଘଟଣାକୁ ବିତିଲାଣି ଆଠ ଦିନ। ଏବେ ମଧ୍ୟ ଫସି ରହିଛନ୍ତି ୪୧ ଶ୍ରମିକ। କିପରି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ସେଥିପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛନ୍ତି ଉଦ୍ଧାରକାରୀ ଟିମ୍। ଖାଦ୍ୟ, ପାନୀୟ ଓ ଅମ୍ଳଜାନ ପଠାଯିବା ସହ ଶ୍ରମିକମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି। ଶୁକ୍ରବାର ଡ୍ରିଲିଂ ବେଳେ ଭୀଷଣ ଶଦ୍ଦ ହେବାରୁ ଉଦ୍ଧାର ଅଭିଯାନ ବନ୍ଦ ରହିଥିଲା । ଗତକାଲି ବି ଡ୍ରିଲିଂ ଠପ୍ ରହିଛି । ସୁଡ଼ଙ୍ଗ ଖନନ ରେ କାହିଁକି ପ୍ରତିବନ୍ଧକ ସୃଷ୍ଟି ହେଉଛି ତାହା ଜାଣିବା ପାଇଁ ଆଜି ରୋବୋ ମୁତୟନ କରାଯାଇଛି । ଉଦ୍ଧାରକାର୍ଯ୍ୟକୁ ଆଉ ୪ରୁ ୫ ଦିନ ଲାଗିବ ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି  ।

ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଅଧିକାରୀମାନେ ପାହାଡର ଶିଖରରୁ ଏକ ଭୂଲମ୍ବ ଗର୍ତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରୁ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍ ଅଣାଯିବା ପରେ ଗତକାଲି ସନ୍ଧ୍ୟାରୁ ଡ୍ରିଲିଂ କାର୍ୟ୍ୟ ଆରମ୍ଭ ହୋଇଛି।ଅନ୍ୟପଟେ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ସହ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ଏକ ଟିମ୍ ଏକାଧିକ ପ୍ଲାନିଂ ଉପରେ କାର୍ୟ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ମଧ୍ୟ ଏଜେନ୍ସିମାନଙ୍କ ସହ ପାଞ୍ଚଟି ବିକଳ୍ପ ପଥ ଉପରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି, ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଲାଗି ଏକ ଛୋଟ ପାଇପ୍ ଡ୍ରିଲ କରାଯାଉଛି । ଉଦ୍ଧାରକାରୀ ଟିମର ମିଳିତ ପ୍ରୟାସରେ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଛି । ଏଥିଲାଗି ମୋଟ ୫ଟି ଯୋଜନା ଉପରେ କାର୍ଯ୍ୟ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା