ଜଳଖିଆ ଖାଇବା ପରେ ଅସୁସ୍ଥ ୧୧ ଛାତ୍ରୀ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ):ରାୟଗଡ଼ା ସହର ଉପକଣ୍ଠ ବାରିଝୋଲା ସ୍ଥିତ ଚୈତନ୍ୟ ଟେକ୍ନୋ ସ୍କୁଲର ୧୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଦଶମ ଓ ଏକାଦଶ ଶ୍ରେଣୀର ବୋଲି ଜଣାପଡିଛି। ପ୍ରଥମେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟର ପ୍ରଥମ ମହଲାରୁ ପଡିଯାଇଥିଲେ। ସେ କେମିତି ପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ। ଏହାପରେ ଜଣକ ପରେ ଜଣେ ୧୧ ଜଣ ଛାତ୍ରଛାତ୍ରୀ ହଠାତ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ଘଟଣାର ପ୍ରକୃତ ରହସ୍ୟକୁ ସ୍କୁଲ କର୍ତ୍ତୃପକ୍ଷ ଗୋପନ ରଖିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଚିକିତ୍ସାଳୟରେ ଅଭିଭାବକ ପହଞ୍ଚି ଭିଡ ଜମାଇଛନ୍ତି। ତେବେ ବିଦ୍ୟାଳୟରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଅଟୋରେ ନିଆଯାଇଥିଲା। ଯାହାକି ସ୍କୁଲ ପରିଚାଳନା ନେଇ ପ୍ରଶ୍ନ ଉଠିଛି। ତେବେ ବିଦ୍ୟାଳୟର ଅଧ୍ୟକ୍ଷା ଏମ୍. ରଜନୀ କହିଛନ୍ତି ଯେ, ପିଲାଏଁ ଟିଫିନ୍ ଖାଇବା ପରେ ଏହିଭଳି ଅବସ୍ଥା ଘଟିଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ