Masthead

ତାଜ ହୋଟେଲରେ ଲୋକଙ୍କ ବନ୍ଧକ ରଖି ରକ୍ତର ହୋଲି ଖେଳିଥିଲେ ଆତଙ୍କୀ .. ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି..

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ୨୦୦୮ ନଭେମ୍ବର ୨୬ ଏହି ତାରିଖକୁ ଭାରତ କେବେବି ଭୁଲିପାରିବ ନାହିଁ । କାରଣ ୨୬ ନଭେମ୍ବର ୨୦୦୮ରେ ସେହି କାଳ ରାତ୍ରିରେ ଦେଶ ଦୋହଲି ଉଠିଥିଲା। ଏହି ଆତଙ୍କବାଦୀ ଆକ୍ରମଣକୁ ଆଜି ୧୫ ବର୍ଷ ପୂରିଛି। ସ୍ୱାଧୀନ ଭାରତ ଇତିହାସରେ ଏହା ସବୁଠୁ ବଡ ଆତଙ୍କବାଦୀ ଆକ୍ରମଣ ଯାହାକୁ କଦାପି ଭୁଲି ହେବ ନାହିଁ। ଏହି ଆକ୍ରମଣରେ ୧୮ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆତଙ୍କବାଦୀମାନେ ଦେଶର ଅନ୍ୟତମ ସୁରକ୍ଷିତ ସ୍ଥାନ ତାଜ ହୋଟେଲକୁ ଟାର୍ଗେଟ କରିଥିଲେ। ମାତ୍ର କିଛି ସମୟ ଭିତରେ ଶତାଧିକ ଲୋକଙ୍କ ମୁଣ୍ଡ ନେଇଥିଲେ ଆତଙ୍କବାଦୀ। ଏହି ଘଟଣା ସୁରକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା।

ପ୍ରତିଦିନ ଭଳି ସେଦିନ ମଧ୍ୟ ସାଧାରଣ ଦିନ ଥିଲା । ବଜାରରେ ଗହଳି ଚହଳି ଥିଲା ଲୋକମାନେ ନିଜନିଜ କାମରେ ବ୍ୟସ୍ତ ଥିଲେ। ମେରାଇନ୍ ଡ୍ରାଇଭରେ ଲୋକମାନେ ସମୁଦ୍ରରୁ ଆସୁଥିବା ଶୀତଳ ପବନକୁ ଉପଭୋଗ ମଧ୍ୟ କରୁଥିଲେ। କିନ୍ତୁ ଏହି ସମୁଦ୍ର ଦେଇ ମୃତ୍ୟୁ ସେମାନଙ୍କ ଆଡକୁ ଆସୁ ଥିବାର କାହାରିକୁ ସମ୍ୟକ ଧାରଣା ମଧ୍ୟ ନଥିଲା। ଆତଙ୍କବାଦୀମାନେ ସମୁଦ୍ରପଥ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ। ସମସ୍ତ ୧୦ ଆତଙ୍କବାଦୀ ଏକ ଡଙ୍ଗା ସାହାଯ୍ୟରେ ପାକିସ୍ତାନର କରାଚିରୁ ମୁମ୍ବାଇ ଆସିଥିଲେ। ଭାରତୀୟ ନୌସେନାକୁ ଚକମା ଦେଇ ସମୁଦ୍ରରେ ଏକ ଭାରତୀୟ ଡଙ୍ଗାକୁ ଅପହରଣ କରି ଡଙ୍ଗାରେ ଥିବା ସମସ୍ତ ଲୋକଙ୍କୁ ହତ୍ୟା କରିଥିଲେ। ଉକ୍ତ ଡଙ୍ଗା ଜରିଆରେ ରାତି ପ୍ରାୟ ୮ ଟାରେ କୋଲାବା ନିକଟ ମାଛ ବଜାରରେ ସମୁଦ୍ର କୂଳରେ ପହଞ୍ଚିଲେ ।

ସ୍ଥାନୀୟ ମତ୍ସ୍ୟଜୀବୀମାନେ ସେମାନଙ୍କର ଗତିବିଧି ଦେଖ ସନ୍ଦେହ ବି କରିଥିଲେ। ଏହି ବିଷୟରେ ପୋଲିସକୁ ସୂଚନା ଦେଇଥିଲେ କିନ୍ତୁ ପୋଲିସ ଏହାକୁ ହାଲୁକା ଭାବେ ନେଇଥିଲା। ଯେଉଁ କାରଣରୁ ସେଦିନ ଏତେ ବଡ଼ ଦୁର୍ଘଟଣା ଘଟିଗଲା। ଏବେ ମଧ୍ୟ ସେଦିନକୁ କେବଳ ମୁମ୍ବାଇ ବାସୀ ନୁହନ୍ତି ବରଂ ସାରା ଦେଶ ଭୁଲି ପାରିନାହିଁ । କୋଲାବାରୁ ଆତଙ୍କବାଦୀମାନେ ଚାରୋଟି ଜଣ ଲେଖାଏଁ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଟ୍ୟାକ୍ସି ଧରି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ଯାଇଥିଲେ। ଆତଙ୍କବାଦୀଙ୍କ ଏକ ଦଳ ଛତ୍ରପତି ଶିବାଜୀ ଟର୍ମିନାଲ ରେଳ ଷ୍ଟେସନରେ ରାତି ୯.୩୦ ରେ ପହଞ୍ଚିଥିଲେ। ସମସ୍ତଙ୍କ ହାତରେ ଏକେ-୪୭ ରାଇଫଲ ଥିଲା। ସେଠାରେ ଅତର୍କିତ ଭାବେ ଲୋକଙ୍କ ଉପରକୁ ଗୁଳିମାଡ କରିଥିଲେ। ଆକ୍ରମଣକାରୀଙ୍କ ମଧ୍ୟରେ ଅଜମଲ କାସାବ ମଧ୍ୟ ସାମିଲ ଥିଲା।

ପରେ ସୁରକ୍ଷା ବାହିନୀ ଦ୍ୱାରା ସେ ଜୀବିତ ଧରା ପଡିଥିଲା। ଦୀର୍ଘ ବର୍ଷର ଆଇନଗତ ପ୍ରକ୍ରିୟ ପରେ ତାକୁ ଫାଶୀ ଦିଆଯାଇଥିଲା। ଆତଙ୍କବାଦୀମାନେ ସେହି ରାତିରେ ମୁମ୍ବାଇର ଅନେକ ପ୍ରସିଦ୍ଧ ସ୍ଥାନକୁ ଟାର୍ଗେଟ କରିଥିଲେ। ମୁମ୍ବାଇର ତାଜ ହୋଟେଲ, ଓବରୋଇ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମାନ ହାଉସରେ ଅବସ୍ଥିତ ବିଶ୍ୱ ସ୍ତରୀୟ ହୋଟେଲ ମଧ୍ୟରୁ ଗୋଟିଏକୁ ଟାର୍ଗେଟ କରାଯାଇଥିଲା। ତାଜ ହୋଟେଲରେ ଲୋକଙ୍କ ବନ୍ଧକ ରଖି ରକ୍ତର ହୋଲି ଖେଳିଥିଲେ। ତିନି ଦିନ ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିଲା। ପୋଲିସ ଏବଂ ସେନାର ଅପରେସନ ପ୍ରଭାବଶାଳୀ ନହେବାରୁ ପରେ ଏନଏସଜି କମାଣ୍ଡୋମାନଙ୍କୁ ଡକାଗଲା। ଏନଏସଜି କମାଣ୍ଡୋ ଆକାଶ ମାର୍ଗରୁ ତାଜ ହୋଟେଲରେ ପ୍ରବେଶ କରି ଯୋଜନା ଅନୁରୂପ ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏନଏସଜି ଯବାନଙ୍କ ସାହସିକତା ଯୋଗୁଁ ଭାରତ ଏତେ ବଡ ସଙ୍କଟକୁ ଏଡାଇ ପାରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ