Masthead

ଫିଲ୍ମର ହିରୋ ଏମଜିଆରଙ୍କୁ ସତରେ ଗୁଳି କରିଦେଲେ ଫିଲ୍ମର ଭିଲିଆନ

https://youtu.be/odv5zIz7-Eg

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯେବେ ଫିଲ୍ମର ହିରୋକୁ ସତରେ ଗୁଳି କରିଦେଲେ ଫିଲ୍ମର ଭିଲିଆନ । ଏମଜିଆରଙ୍କୁ ଗୁଳିକୁ ନେଇ ଉଠିଲାପଡିଲା ଦେଶ । ହେଲେ ଏବେ ବି ଜାଣି ହୋଇନି କାହିଁକି ଫୁଟିଥିଲେ ଗୁଳି । ଫିଲ୍ମ ଓ ରାଜନୀତି । ଏହି ସଂପର୍କ ଆରମ୍ଭରୁ । ଏଠି ଫିଲ୍ମ ଷ୍ଟାରଙ୍କୁ ଭଗବାନ ଭଳି ପୂଜା କରାଯାଏ । ଫିଲ୍ମ ଷ୍ଟାରଙ୍କୁ ଦେଖିବାକୁ ଭିଡ ହୁଏ । ଆଉ ରାଜନୀତିରେ ତ ଭିଡ ହିଁ ଦରକାର । ତେଣୁ ଭାରତରେ ଅଭିନେତା ରାଜନେତା ହେବା ପୁରୁଣା ଟ୍ରେଣ୍ଡ । ଏହି ଟ୍ରେଣ୍ଡ ବେଶି ଦେଖିବାକୁ ମିଳେ ଦକ୍ଷିଣ ଭାରତରେ । ଦକ୍ଷିଣ ଭାରତରେ ଫିଲ୍ମ ଓ ରାଜନୀତି କଥା ଆସିଲେ ସବୁଠୁ ଆଗରେ ଆସେ ସୁପରଷ୍ଟାର ଏମଜିଆରଙ୍କ କଥା । ଜୟଲଳିତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ସବୁଠାରୁ ବେଶି ହୁଏ । ରାଜନେତା ଅବା ଅଭିନେତା । ସବୁ ରୋଲକୁ ସେ ନିଖୁଣ ଭାବେ ନିଭେଇଛନ୍ତି । ସୁପରଷ୍ଟାର ମାରୁଥୁର ଗୋପାଳନ ରାମଚନ୍ଦ୍ରନ । ଘରେ ଘରେ ସେ ଏମଜିଆର ନାଁରେ ପରିଚିତ । ଦକ୍ଷିଣ ଭାରତ ରାଜନୀତିରେ ସବୁଠାରୁ ଅଧିକ କାୟା ବିସ୍ତାର କରିଥିଲା ରିଲ ଲାଇଫର ଏହି ହିରୋଙ୍କୁ ରିଲ ଲାଇଫର ଭିଲେନ ରିଅଲରେ ମାରିଥିଲେ ଗୁଳି । ଗୁଳି ମାରିଥିଲେ ସାଥୀ କଳାକାର ଅଭିନେତା ଏମଆର ରାଧା । ଅଧିକ ଖବର ପାଇଁ ଦେଖନ୍ତୁ ବଡ଼ ଖବର…

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ