Masthead

ସାତ ଦଫା ଦାବି ନେଇ ଜଳ ସତ୍ୟାଗ୍ରହ

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ):ଶୁଣିଲେ ନାହିଁ ସରକାର ଜଳ ଭିତରେ ନ୍ୟାୟ ମାଗୁଛନ୍ତି ଶହଶହ ପରିବାର। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡ଼ାର ଦ୍ଵତୀୟ ଚିଲିକା ଠାରେ। ଦୀର୍ଘ ୪୮ ବର୍ଷ ହେବ ରେଙ୍ଗାଳି ଜଳଭଣ୍ଡାରରେ ବୁଡି କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ମିଳିପାରିନାହିଁ । ନିଜର ନାର୍ୟ୍ୟ ଦାବି ନେଇ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ଦାବି ପୂରଣ ହେବାରେ ବିଫଳ ହୋଇଛନ୍ତି କ୍ଷତିଗ୍ରସ୍ତ ପରିବାର । ଫଳରେ ଆଜି ଜଳ ସତ୍ୟାଗ୍ରହ ମାଧ୍ୟମରେ ରାଜ୍ୟ ସରକାରଙ୍କ ସେମାନଙ୍କ ପ୍ରତି ରହିଥିବା ବୈମାତୃକ ମନଭାବ ବିରୁଦ୍ଧରେ ପାଲଲହଡ଼ା ଦ୍ୱିତୀୟ ଚିକିଲାର ଜଳ ଭଣ୍ଡାରରେ ଜଳ ସତ୍ୟାଗ୍ରହ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପାଳଲହଡ଼ାର ମା କୁଣ୍ଡେଇବିରାଙ୍କ ମନ୍ଦିରରୁ ସଂକଳ୍ପ କରି ପାଳଲହାଡ଼ା ଠାରେ ଥିବା ଦ୍ଵତୀୟ ଚିକିଲାରେ ଆରମ୍ଭ କରିଛନ୍ତି ଜଳ ସତ୍ୟାଗ୍ରହ । କ୍ଷତିଗ୍ରସ୍ତ ପରିବାର ନିଜର ସାତ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜଳ ସତ୍ୟାଗ୍ରହ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ପ୍ରଜା ସଂଘର ଆବାହକ ସନ୍ତୋଷ କୁମାର ଦେହୁରୀ । ଏହି ସଂଘକୁ ସମର୍ଥନ କରିଛି ଭାରତୀୟ ଜନତା ପାର୍ଟି । ପ୍ରତିବାଦକାରୀଙ୍କ ସହିତ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଏବଂ ବରିଷ୍ଟ ନେତା ଲିଙ୍ଗରାଜ ଦାସ ମଧ୍ୟ ଜଳ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍