Masthead

ସାତ ଦଫା ଦାବି ନେଇ ଜଳ ସତ୍ୟାଗ୍ରହ

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ):ଶୁଣିଲେ ନାହିଁ ସରକାର ଜଳ ଭିତରେ ନ୍ୟାୟ ମାଗୁଛନ୍ତି ଶହଶହ ପରିବାର। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡ଼ାର ଦ୍ଵତୀୟ ଚିଲିକା ଠାରେ। ଦୀର୍ଘ ୪୮ ବର୍ଷ ହେବ ରେଙ୍ଗାଳି ଜଳଭଣ୍ଡାରରେ ବୁଡି କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ମିଳିପାରିନାହିଁ । ନିଜର ନାର୍ୟ୍ୟ ଦାବି ନେଇ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ଦାବି ପୂରଣ ହେବାରେ ବିଫଳ ହୋଇଛନ୍ତି କ୍ଷତିଗ୍ରସ୍ତ ପରିବାର । ଫଳରେ ଆଜି ଜଳ ସତ୍ୟାଗ୍ରହ ମାଧ୍ୟମରେ ରାଜ୍ୟ ସରକାରଙ୍କ ସେମାନଙ୍କ ପ୍ରତି ରହିଥିବା ବୈମାତୃକ ମନଭାବ ବିରୁଦ୍ଧରେ ପାଲଲହଡ଼ା ଦ୍ୱିତୀୟ ଚିକିଲାର ଜଳ ଭଣ୍ଡାରରେ ଜଳ ସତ୍ୟାଗ୍ରହ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପାଳଲହଡ଼ାର ମା କୁଣ୍ଡେଇବିରାଙ୍କ ମନ୍ଦିରରୁ ସଂକଳ୍ପ କରି ପାଳଲହାଡ଼ା ଠାରେ ଥିବା ଦ୍ଵତୀୟ ଚିକିଲାରେ ଆରମ୍ଭ କରିଛନ୍ତି ଜଳ ସତ୍ୟାଗ୍ରହ । କ୍ଷତିଗ୍ରସ୍ତ ପରିବାର ନିଜର ସାତ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜଳ ସତ୍ୟାଗ୍ରହ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି ପ୍ରଜା ସଂଘର ଆବାହକ ସନ୍ତୋଷ କୁମାର ଦେହୁରୀ । ଏହି ସଂଘକୁ ସମର୍ଥନ କରିଛି ଭାରତୀୟ ଜନତା ପାର୍ଟି । ପ୍ରତିବାଦକାରୀଙ୍କ ସହିତ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଏବଂ ବରିଷ୍ଟ ନେତା ଲିଙ୍ଗରାଜ ଦାସ ମଧ୍ୟ ଜଳ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ