Masthead

ଜନ୍ମମାଟିରେ ପହଞ୍ଚିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ଶ୍ରମିକ

ବାରିପଦା (ବଡ଼ ଖବର ବ୍ୟୁରୋ): ଦୀର୍ଘ ୧୭ଦିନ ପରେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ଜନ୍ମମାଟିରେ କରାଯାଇଛି ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା । ଆଜି ଶ୍ରମିକ ମାନେ ନିଜ ଜନ୍ମମାଟିକୁ ଫେରିଛନ୍ତି । ମୟୂରଭଞ୍ଜ ବେଢ଼ାକୁଦର ଗାଁରେ ନାହିଁନଥିବା ଉତ୍ସାହ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଫେରିଛନ୍ତି ୪ ଶ୍ରମିକ । ବେଢ଼ାକୁଦର୍ ଗାଁରେ ଶ୍ରମିକ ମାନଙ୍କୁ ସ୍ଵାଗତ ପାଇଁ କରାଯାଥିଲା ବ୍ୟାପକ ପ୍ରସ୍ତୁତି। ମୟୂରଭଞ୍ଜ ଜିଲ୍ଲାର ତିନି ଶ୍ରମିକ ପ୍ରଥମେ ବେଢ଼ାକୁଦର୍ ଗ୍ରାମରେ ପହଞ୍ଚିଲା ପରେ ତାଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ସହ ତାଙ୍କ ପରିବାର ଲୋକେ ସ୍ୱାଗତ କରିଛନ୍ତି ।

ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଗତକାଲି ଓଡ଼ିଶା ଫେରିଛନ୍ତି । ଗତକାଲି ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କୁ ସ୍ୱାଗତ କରାଯାଇଥିଲା । ବିମାନ ବନ୍ଦରରୁ ଶ୍ରମିକମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା । ସେଠାରେ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ଶ୍ରମିକମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ବୁଝିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ