Masthead

କେଉଁ ରାଜ୍ୟରେ କିଏ ଗଢିବ ସରକାର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ ରାଜ୍ୟର ଫଳ ଦେଶର ରାଜନୀତିରେ କ’ଣ ପଡିପାରେ ପ୍ରଭାବ? ଆଗକୁ ଯେହେତୁ ସାଧାରଣ ନିର୍ବାଚନ ଏହାକୁ କୁହାଯାଉଛି ସେମି ଫାଇନାଲ । ଯଦି କଂଗ୍ରେସ ମଧ୍ୟପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡରେ ଭଲ କରେ ତେବେ ଏହା ରାହୁଲ ଗାନ୍ଧିଙ୍କ ମନୋବଳ ବଢାଇବା ସହ କଂଗ୍ରେସର ମଧ୍ୟ ମନୋବଳ ବଢାଇବ । ଇଣ୍ଡିଆ ମେଣ୍ଟର ବି ମନୋବଳ ବଢିବ । ସାରା ଦେଶରେ କଂଗ୍ରେସର ଉସôହ ବଢିବ । କର୍ଣ୍ଣାଟକ ଏବଂ ଭାରତ ଯୋଡ ଯାତ୍ରା ପରେ କଂଗ୍ରେସର ଯେଉଁ କନଫିଡେନ୍ସ ଆସିଛି ତାହା ଆହୁରି ବୁଷ୍ଟ ହେବ । ତେଣୁ କଂଗ୍ରେସ ପାଇଁ ଆଉ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱ ପାଇଁ ୫ ରାଜ୍ୟର ଫଳ ବହୁତ ଗୁରୁତ୍ୱପୂର୍ଣ୍ଣ ।

୨୦୧୮ରେ ବି ହୋଇଥିବା ନିର୍ବାଚନରେ କଂଗ୍ରେସ ପ୍ରଥମେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ଜିତିଥିଲା । କିନ୍ତୁ ପରବର୍ତ୍ତି ସମୟରେ ମଧ୍ୟପ୍ରଦେଶରୁ ତାଙ୍କୁ ସରକାର ଯାଇଥିଲା । ଯାହା ଏକଜିଟ ପୋଲ କହୁଛି ୨୩୦ ସିଟରୁ ବିଜେପି ୧୧୮ରୁ ୧୩୦ ସିଟରେ ଜିତିବ । ଏବଂ କଂଗ୍ରେସ ପାଖାପାଖି ୧୧୦ ସିଟ ହାତେଇବ । ମଧ୍ୟପ୍ରଦେଶରେ ଗତଥର କଂଗ୍ରେସ ସରକାର କରିଥିଲା କିନ୍ତୁ ପରେ ବିଜେପି ଯେଉଁ ଢଙ୍ଗରେ ସରକାର ଗଢିଲା ତାକୁ ଲୋକେ କେତେ ଗ୍ରହଣ କରିଛନ୍ତି ତାର ଏକ ପରୀକ୍ଷା ମଧ୍ୟ ଏହି ନିର୍ବାଚନରେ ହେଉଛି । ଲୋକେ ବିଜେପିର ସରକାର ଗଢିବାର ତରିକାକୁ ଗ୍ରହଣ କରୁଛନ୍ତି ନା କଂଗ୍ରେସ ସହିତ ଅନ୍ୟାୟ ହୋଇଛି ଭାବି କମଲନାଥଙ୍କୁ ଜିତାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ଅଛି । ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ଗତଥର କଂଗ୍ରେସ ବିଜୟର ନାୟକ ଥିଲେ । ଏଥର କିନ୍ତୁ ସେ ବିଜେପି କ୍ୟାମ୍ପରେ ତାର ପ୍ରଭାବ ପଡିଛି ତା ଉପରେ ବି ସମସ୍ତଙ୍କ ନଜର ଅଛି ।

ଯାହା ଏକଜିଟ ପୋଲ କହୁଛି ଏଥର କଡ଼ା ଟକ୍କର ହେବ । କଂଗ୍ରେସ ପାଇଁ ସହଜ ହେବ ନାହିଁ ଏଠାରେ ଜିତିବା । ରାଜସ୍ଥାନର ଗୋଷ୍ଠୀ କନ୍ଦଳ କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ହେବ । ଗେହଲଟ ଓ ପାଇଲଟଙ୍କ ଲଢେଇର ପ୍ରଭାବ ଭୋଟରଙ୍କ ଉପରେ କେତେ ପଡିଛି ତା ଉପରେ ସମସ୍ତଙ୍କ ନଜର ରହିଛି । ସେହିଭଳି ଛତିଶଗଡରେ ଭୂପେଶ ବାଘେଲ ବହୁତ ଭଲ କାମ କରିଛନ୍ତି । ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ରହିଛି । ତେଣୁ ଭୂପେଶ ବାଘେଲଙ୍କୁ ଲୋକେ ପୁଣି ଜିତାଉଛନ୍ତି ନା ଲୋକେ ରମଣ ସିଂଙ୍କୁ ଫେରାଇ ଆଣୁଛନ୍ତି ତା ଉପରେ ନଜର । ଯଦି ବିଜେପି ସେମି ଫାଇନାଲରେ ଭଲ କରେ ଜାତୀୟ ସ୍ତରରେ ତ ବିଜେପିର ଗ୍ରହଣୀୟତା ଏବେ ବି ଅଛି ବୁଝାପଡିବ, ୨୪ରେ ମୋଦି ଫେରିବେ ବୋଲି ଆକଳନ କରାଯିବ । ତା ସହିତ ଓଡ଼ିଶାରେ ବି ବିଜେପିର ବଳ ବଢିବ । କୁହାଯାଏ ବିଜେଡି ବିରୋଧରେ ବିଜେପି ଏଥିପାଇଁ ଲଢେନି କାହିଁକିନା ବିଜେପି ବିଜେଡି ଉପରେ ନିର୍ଭରଶୀଳ । କିନ୍ତୁ ଯଦି ବିଜେପିର ଅନ୍ୟ ରାଜ୍ୟରେ ବଳ ବଢେ ତାହେଲେ ବିଜେଡି ଉପରେ ଡିପେଣ୍ଡାନ୍ସି କମିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ