Masthead

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ମଣିପୁରୀ ହରିଣ ଆଜି ଏକ ସାବକକୁ ଜନ୍ମ ଦେଇଛି । ଜନ୍ମ ଦେବା ପରେ ମା ଓ ଛୁଆ ସୁସ୍ଥଥିବା କର୍ତ୍ତ୍ୟୁପକ୍ଷ କହିଛନ୍ତି । ମଣିପୁରୀ ହରିଣ ଖୁଆଡରେ ଆଜି ଅପରାହ୍ନରେ ଜନ୍ତୁ ରକ୍ଷକ ଖାଦ୍ୟ ଖାଇବାକୁ ଦେଉଥିବା ବେଳେ ଏକ ଶାବକ ତା’ର ମା ନିକଟରେ ବୁଲୁଥିବା ଦେଖିବା ପାଇଥିଲେ । ପରେ ସେ ନନ୍ଦନକାନନ କର୍ତ୍ତ୍ୟୁପକ୍ଷଙ୍କୁ ସୂଚନା ଦେଇଥିଲେ । ଏକ ଡାକ୍ତରୀ ଟିମ ଖୁଆଡ଼ ନିକଟରେ ପହଞ୍ଚି ଜନ୍ମିତ ଛୁଆ ଓ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ । ସେପଟେ ମଣିପୁରୀ ହରିଣ ଏକ ବିରଳ ପ୍ରଜାତିର ତୃଣଭୋଜି ପ୍ରାଣୀ ହୋଇଥିବାରୁ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସଦାସର୍ବଦା ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ନନ୍ଦନକାନନ ପ୍ରାଣୀଉଦ୍ୟନରେ ଜନ୍ମିତ ମଣିପୁରୀ ହରିଣକୁ ମିଶାଇ ମଣିପୁରୀ ହରିଣ ସଂଖ୍ୟା ୧୪କୁ ବୃଦ୍ଧିପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’