‘ବିଜୟୀ ନହେବା ଯାଏଁ ଏ ଯୁଦ୍ଧ ଚାଲୁ ରହିବ’ 

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ପାଲେଷ୍ଟାଇନର ଗାଜାରେ ଚାଲିଥିବା ହମାସ ଆତଙ୍କବାଦୀ ବିରୋଧୀ ଯୁଦ୍ଧକୁ ବିଶ୍ବର କୌଣସି ଶକ୍ତି ଓ ସଂଗଠନ ରୋକିପାରିବ ନାହିଁ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ ଚାଲିଥିବା ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ଲାଗି ଜାତିସଂଘରେ ପ୍ରସ୍ତାବ ଗୃହୀତ ହେବାର ଦିନକ ପରେ ନେତାନ୍ୟାହୁ ଏହା କହିଛନ୍ତି। ଗୁରୁବାର ନେତାନ୍ୟାହୁ କହିଛନ୍ତି ଯେ ଆନ୍ତର୍ଜାତିକ ସମୁଦାୟର ଚାପ ସତ୍ତ୍ବେ ଗାଜାରେ କୌଣସି ପ୍ରକାର ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ ନାହିଁ।

ଯୁଦ୍ଧରେ ବିଜୟୀ ହେବା ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଗାଜାରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ଇଜିପ୍ଟ ଓ ମରିଟାନିଆ ପକ୍ଷରୁ ଜାତିସଂଘରେ ମଙ୍ଗଳବାର ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବକୁ ଭାରତ ସମେତ ୧୫୩ ରାଷ୍ଟ୍ର ସମର୍ଥନ କରିଥିବାବେଳେ ୧୦ଟି ରାଷ୍ଟ୍ର ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ। ୨୩ ରାଷ୍ଟ୍ର ଭୋଟ ଦେବାରୁ ବିରତ ରହିଥିଲେ। ଅନ୍ୟପଟେରେ ଗାଜାରେ ଇସ୍ରାଏଲ ସ୍ଥଳମାର୍ଗରେ ଚଳାଇଥିବା ଆକ୍ରମଣକୁ ବଡ ଧକ୍କା ଲାଗିଛି। ବୁଧବାର ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଇସ୍ରାଏଲର ୯ଜଣ ସୈନିକ ପ୍ରାଣ ହରାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ