Masthead

ଟ୍ରାନ୍ସଫରମେସନ ବିରୋଧୀଙ୍କ ପାଇଁ ସକ୍: ନବୀନ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଣ୍ଡ ଉପରେ ନିର୍ବାଚନ ଆଗକୁ ପ୍ରତିଷ୍ଠା ଦିବସ । ଏହା ପୂର୍ବରୁ ବସିଛି ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ । ଯେଉଁଠି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠୁ ନେଇ ଦଳର ସମସ୍ତ ସିନିୟର ପଦାଧିକାରୀ ସାଂସଦ ବିଧାୟକ ସମସ୍ତେ ଉପସ୍ଥିତ ଥିଲେ । ବିଜେଡି କିଭଳି ଷଷ୍ଠଥର ଜିତିବ ସେନେଇ ରଣନୀତି ତିଆରି ହୋଇଛି । ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରାଯିବ ଲୋକଙ୍କ ପାଖରେ ଅଧିକ ଗ୍ରହଣୀୟତା ବଢିବ ସେନେଇ ଆଲୋଚନା ହୋଇଛି । ତେବେ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବିରୋଧୀଙ୍କୁ ଆକ୍ଷେପ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିକାଶ କାମକୁ ବିରୋଧୀ ସହି ପାରୁନାହାଁନ୍ତି । ଟ୍ରାନ୍ସଫରମେସନ ସେମାନଙ୍କ ପାଇଁ ସକ୍ ଭଳି ହୋଇଛି । ଏକଥା ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ବିଜେଡି ନେତାମାନେ ପହଂଚାଇବା ଦରକାର । ବିଶେଷ କରି ସୋସିଆଲ ମିଡିଆକୁ ଗୁରୁତ୍ୱ ଦେବାକୁ ନବୀନ ଆହ୍ୱାନ ଦେଇଛନ୍ତି ।

ନବୀନଙ୍କ ମନ୍ତବ୍ୟ ପରେ ବିରୋଧୀଙ୍କର ମଧ୍ୟ ରିଆକସନ ଆସିଛି ସେମାନେ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି । ବରିଷ୍ଠ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି ଆଜିର କାର୍ଯ୍ୟକାରିଣୀରୁ କୌଣସି ଫଳ ମିଳିବ ନାହିଁ । ବିଜେଡିକୁ ମିଳିଲେନି ଓଡ଼ିଆ ଅଣଓଡ଼ିଆଙ୍କ ଉପରେ ବିଶ୍ୱାସ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର ମୁଖ୍ୟ ବିଜୟ ପଟ୍ଟନାୟକ କହିଛନ୍ତି ସମଦୂରତା ନୁହେଁ ବିଜେପି ନିକଟରେ ବିଜେଡି ସରଣାଗତ । ନବୀନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ଆଗାମୀ ନିର୍ବାଚନରେ ସୋସିଆଲ ମିଡିଆ ମୁଖ୍ୟ ଅସ୍ତ୍ର ହେବ । ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପ ବଢିବ । ଗତକାଲି ଏକ ଜାତୀୟ ଗଣମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଓଡ଼ିଶାରେ ବିଜେପି ଲୋକସଭାରେ ୧୫ ସିଟ ପାଇବ । ଏହା ପରେ ଆଜି ନବୀନଙ୍କର ବିରୋଧୀଙ୍କୁ ସିଧା ଆକ୍ରମଣ । ନିର୍ବାଚନ ପୂର୍ବରୁ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା