ମୁମ୍ବାଇ ପୋଲିସର ଅସହିଷ୍ଣୁତା: ୧୦୦୦ ସାମ୍ବାଦିକଙ୍କ ନାମରେ ଏତଲା

ମୁମ୍ବାଇ, (ବଡ଼ ଖବର ବ୍ୟୁରୋ) : ସୀମା ଟପୁଛି ମୁମ୍ବାଇ ପୋଲିସର ଅସହିଷ୍ଣୁତା । ରିପବ୍ଲିକ ଟିଭି ସହ ବିବାଦ କାରଣରୁ ଏହାର ୧୦୦୦ ସାମ୍ବାଦିକଙ୍କ ନାମରେ ଏତଲା ହୋଇଛି । ମୁମ୍ବାଇ ପୋଲିସ ଓ ରିପବ୍ଲିକ ଟିଭି ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ପାଲଘର ସାଧୁଙ୍କୁ ହତ୍ୟା ଏବଂ ସୁଶାନ୍ତ ସିଂ ରାଜପୁତ ହତ୍ୟାକାଣ୍ଡରେ ମୁମ୍ବାଇ ପୋଲିସକୁ ଘେରିଥିଲା ରିପବ୍ଲିକ ଟିଭି । ଏହି ଦୁଇ ମାମଲାରେ ରିପବ୍ଲିକ ଭାରତ ସିଧାସଳଖ ମୁମ୍ବାଇ ସରକାର ସହ ମୁମ୍ବାଇ ପୋଲିସ କମିଶନରଙ୍କୁ ଟାର୍ଗେଟ କରିଥିଲା । ଯେଉଁଠୁ ବିବାଦର ସୂତ୍ରପାତ ହୋଇଥିଲା । ରିପବ୍ଲିକ ଭାରତର ସାମ୍ବାଦିକମାନେ ବାରମ୍ବାର ମୁମ୍ବାଇ ପୋଲିସ ଓ ସରକାରଙ୍କୁ ଟାର୍ଗେଟ କରିିଥିଲେ । ବିବାଦ ଏତେ ତୀବ୍ରତର ହୋଇଥିଲା ଯେ ମୁମ୍ବାଇ ପୋଲିସ ରିପବ୍ଲିକ ଭାରତର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବାରମ୍ବାର ଜେରା କରିବା ସହ କିଛି ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରିଥିଲା । ଆଜି ରିପବ୍ଲିକ ଭାରତର ୧୦୦୦ କର୍ମଚାରୀଙ୍କ ନାମରେ ଏତଲା କରିଛି ମୁମ୍ବାଇ ପୋଲିସ । ଟିଆରପି ସ୍କାମ ମାମଲାରେ ମୁମ୍ବାଇ ପୋଲିସ ଏହି ମାମଲା ରୁଜୁ କରିଛି ବୋଲି କହିଛନ୍ତି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ । ରିପବ୍ଲିକ ଭାରତର କିଛି ବରିଷ୍ଠ ସାମ୍ବାଦିକଙ୍କ ନାମରେ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ମାମଲା ରୁଜୁ ହେଲା ପରେ ରିପବ୍ଲିକ ଭାରତର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ଯେ ‘ଏକ ହଜାର ମାମଲା ବହୁତ କମ୍, ୧କୋଟି ମାମଲା ରୁଜୁ କର ଆମେ ଉତ୍ତର ଦେବୁ’ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ