Masthead

ମୁମ୍ବାଇ ପୋଲିସର ଅସହିଷ୍ଣୁତା: ୧୦୦୦ ସାମ୍ବାଦିକଙ୍କ ନାମରେ ଏତଲା

ମୁମ୍ବାଇ, (ବଡ଼ ଖବର ବ୍ୟୁରୋ) : ସୀମା ଟପୁଛି ମୁମ୍ବାଇ ପୋଲିସର ଅସହିଷ୍ଣୁତା । ରିପବ୍ଲିକ ଟିଭି ସହ ବିବାଦ କାରଣରୁ ଏହାର ୧୦୦୦ ସାମ୍ବାଦିକଙ୍କ ନାମରେ ଏତଲା ହୋଇଛି । ମୁମ୍ବାଇ ପୋଲିସ ଓ ରିପବ୍ଲିକ ଟିଭି ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ପାଲଘର ସାଧୁଙ୍କୁ ହତ୍ୟା ଏବଂ ସୁଶାନ୍ତ ସିଂ ରାଜପୁତ ହତ୍ୟାକାଣ୍ଡରେ ମୁମ୍ବାଇ ପୋଲିସକୁ ଘେରିଥିଲା ରିପବ୍ଲିକ ଟିଭି । ଏହି ଦୁଇ ମାମଲାରେ ରିପବ୍ଲିକ ଭାରତ ସିଧାସଳଖ ମୁମ୍ବାଇ ସରକାର ସହ ମୁମ୍ବାଇ ପୋଲିସ କମିଶନରଙ୍କୁ ଟାର୍ଗେଟ କରିଥିଲା । ଯେଉଁଠୁ ବିବାଦର ସୂତ୍ରପାତ ହୋଇଥିଲା । ରିପବ୍ଲିକ ଭାରତର ସାମ୍ବାଦିକମାନେ ବାରମ୍ବାର ମୁମ୍ବାଇ ପୋଲିସ ଓ ସରକାରଙ୍କୁ ଟାର୍ଗେଟ କରିିଥିଲେ । ବିବାଦ ଏତେ ତୀବ୍ରତର ହୋଇଥିଲା ଯେ ମୁମ୍ବାଇ ପୋଲିସ ରିପବ୍ଲିକ ଭାରତର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବାରମ୍ବାର ଜେରା କରିବା ସହ କିଛି ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରିଥିଲା । ଆଜି ରିପବ୍ଲିକ ଭାରତର ୧୦୦୦ କର୍ମଚାରୀଙ୍କ ନାମରେ ଏତଲା କରିଛି ମୁମ୍ବାଇ ପୋଲିସ । ଟିଆରପି ସ୍କାମ ମାମଲାରେ ମୁମ୍ବାଇ ପୋଲିସ ଏହି ମାମଲା ରୁଜୁ କରିଛି ବୋଲି କହିଛନ୍ତି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ । ରିପବ୍ଲିକ ଭାରତର କିଛି ବରିଷ୍ଠ ସାମ୍ବାଦିକଙ୍କ ନାମରେ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ମାମଲା ରୁଜୁ ହେଲା ପରେ ରିପବ୍ଲିକ ଭାରତର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ଯେ ‘ଏକ ହଜାର ମାମଲା ବହୁତ କମ୍, ୧କୋଟି ମାମଲା ରୁଜୁ କର ଆମେ ଉତ୍ତର ଦେବୁ’ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ