Masthead

ବିପ୍ଲବ ଜେନାଙ୍କ ଶକ୍ତି ପ୍ରଦର୍ଶନ, ଯୋଗଦେଲେ ୫୦୦୦ରୁ ଉର୍ଦ୍ଧ୍ବ ସମର୍ଥକ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ନିର୍ବାଚନ ମଣ୍ଡଳୀ କରତପଟା ଠାରେ ସମାଜସେବୀ ବିପ୍ଳବ ଜେନାଙ୍କ ସମର୍ଥକଙ୍କ ଦ୍ଵାରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ୫୦୦୦ରୁ ଉର୍ଦ୍ଧ୍ବ ସମର୍ଥକ ଯୋଗ ଦେଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ବିପ୍ଳବ ଜେନାଙ୍କ ପ୍ରତେକ ପଦକ୍ଷେପ ପ୍ରତି ସମର୍ଥନ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବା ବେଳେ ଶହ ଶହ କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବା ସମାଜସେବୀ ବିପ୍ଳବ ଜେନା କହିଛନ୍ତି । ଅନୁଗୋଳ ଜିଲ୍ଲା ଆଜି ମଧ୍ୟ ବିକାଶର ବହୁତ ଦୂରରେ । ଖଣିଖାଦାନ ଭରା ଜିଲ୍ଲାରେ ବେକାରୀ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏଠିକାର ଅଧିବାସୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।

ସ୍ଥାନୀୟ ଶିଳ୍ପ ଜିଲ୍ଲାର ଅଧିବାସୀ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ମରଣ ଜନ୍ତା ପାଲଟିଛି। ୭ ବର୍ଷ ଧରି ଜାତୀୟ ରାଜପଥ କାମ ଅଧାରେ ଲଟକିଛି। ଶହ ଶହ ଲୋକ ପ୍ରତି ବର୍ଷ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି। ହାତୀ ସମସ୍ୟା ଜୀବନ ଜୀବିକାର କ୍ଷତି ସାଧନ ମୁଖ୍ୟ ସମସ୍ୟା ଭାବେ ଦେଖା ଦେଇଛି। ଅନୁଗୋଳ ଜିଲ୍ଲାର ଏହି ସବୁ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ସହିତ ରହି ସମାଧାନ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହି ସବୁ ସମସ୍ୟାକୁ ଲକ୍ଷ୍ୟ କରି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉଦବେଗ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ସମର୍ଥକ ଯୋଗଦେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା