Masthead

ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍, ଜଣେ ମୃତ, ୫ ଗୁରୁତର

ଦଶପଲ୍ଲା (ବଡ଼ ଖବରବ ବ୍ୟୁରୋ): ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍, ଜଣେ ମୃତ, ୫ ଗୁରୁତର । ଟାକେରା ନିକଟରେ ଛିଡ଼ା ହୋଇଥିବା ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍ । ଦାରିଙ୍ଗବାଡ଼ିରୁ ପିକନିକ୍ ସାରି ଆଠଗଡ଼ ଫେରିବା ବେଳେ ଘଟିଛି ଦୁର୍ଘଟଣା । ୫ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର । ମୃତକ ଜଣକ ଆଠଗଡ ଥାନା ରାଉତପଡାର ତ୍ରିଲୋଚନ ନାୟକ। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟରାଜପଥର ଦଶପଲ୍ଲା ଥାନା ଝିଣ୍ଟିକାବାରୀ ନିକଟରେ ଆଜି ଭୋରରେ ହୋଇଛି ଦୁର୍ଘଟଣା ।

ଆଠଗଡ ଥାନା ଅଞ୍ଚଳର ୧୫ରୁ ଅଧିକ ଲୋକ ବଲାଙ୍ଗୀର ସମଲେଶ୍ୱରୀ,ଘଣ୍ଟେଶ୍ୱର ଅଞ୍ଚଳକୁ ୧୯ତାରିଖରେ ବୁଲିବାକୁ ଯାଇ ଫେରୁଥିଲେ । ଭୋର ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରାଭେଲରଟି ଆଗରେ ଛିଡାହୋଇଥିବା ଏକ ଟ୍ରଲରକୁ ପଛପଟୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଖବରପାଇ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ମେଡିକାଲକୁ ଆଣିଥିଲେ । ଦଶପଲ୍ଲା ଥାନା ପୋଲିସ ଓ ଵାଣିଗୋଚ୍ଛା ଥାନା ପୋଲିସ ପଂହଁଚି ତଦନ୍ତ ଚଳାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ