Masthead

ଦିନେ ତ୍ରିରଙ୍ଗା ଧରି ହସୁଥିଲେ, ଏବେ ରାଜରାସ୍ତାରେ କାନ୍ଦୁଛନ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନେ ତ୍ରିରଙ୍ଗା ଧରି ହସୁଥିଲେ, ଏବେ ରାଜରାସ୍ତାରେ କାନ୍ଦୁଛନ୍ତି । ଯିଏ ମେଡାଲ ଆଣିଥିଲା, ଭାରତ ପାଇଁ ଟେକ ରଖିଥିଲା ସେ ଏବେ ଗୁହାରି କରୁଛି । ଯେଉଁମାନେ ପ୍ରଶଂସାରେ ପୋତି ପକାଉଥିଲେ ସେମାନେ ଏବେ ମୁହଁ ଫେରାଇନେଉଛନ୍ତି । ସାକ୍ଷୀ ମଲ୍ଲିକ ଦେଶ ନୁହେଁ ବିଶ୍ୱ ଦରବାରରେ ଚର୍ଚ୍ଚିତ ରେସଲର । ଅଲମ୍ପିକ୍ସରେ ପଦକ ଆଣି ନିଜ ଦେଶକୁ ଗୌରବ କରିଥିଲେ । ହେଲେ ଆଜି ସେ କାନ୍ଦୁଛନ୍ତି, କହୁଛନ୍ତି ରେସଲିଂ ରିଂକୁ ଆଉ ଓହ୍ଲାଇବେ ନାହିଁ, ଛାଡ଼ିଦେବେ କୁସ୍ତି । କାରଣ ଯେଉଁ ପ୍ରତିଶ୍ରୁତି ମିଳିଥିଲା ପୂରଣ କଲେ ନାହିଁ ସରକାର । ରେସଲିଂ ଛାଡ଼ିବେ ସାକ୍ଷୀ ମଲ୍ଲିକ । କାନ୍ଦି କାନ୍ଦି ଘୋଷଣା କରିଛନ୍ତି ରେସଲର ସାକ୍ଷୀ ମଲ୍ଲିକ । କୁସ୍ତି ମହାସଂଘ ସଭାପତି ନିର୍ବାଚନ ପରେ ପୁଣି ବିବାଦ ଦେଖାଦେଇଛି । ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ ମହାସଂଘ ସଭାପତି ନିର୍ବାଚନ ଜିତିଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରେସଲର । ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ଭିନେଶ ଫୋଗଟ ସଞ୍ଜୟ ସିଂହଙ୍କ ବିଜୟରେ ନିରାଶ ହୋଇଥିବା କହିଛନ୍ତି।

ବ୍ରିଜଭୂଷଣଙ୍କ ନାଁରେ ପୂର୍ବରୁ ରହିଛି ଯୌନ ନିର୍ଯାତନା ମାମଲା । ବ୍ରିଜଭୂଷଣଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରି କୁସ୍ତିଯୋଦ୍ଧାମାନେ ପୂର୍ବରୁ ଦିଲ୍ଲୀରେ ବିକ୍ଷୋଭ କରିଥିଲେ । ୪୦ ଦିନ ଧରି ରାସ୍ତାରେ ଶୋଇଥିଲେ । ଏହା ପରେ ସଭାପତି ପଦରୁ ବ୍ରିଜଭୂଷଣଙ୍କୁ ହଟାଯାଇ ପୁଣି ଥରେ ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନରେ ଜିତିଛନ୍ତି ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ । ଏହାକୁ ବିରୋଧ କରିଛନ୍ତି ରେସଲର । ସେମାନେ କହିଛନ୍ତି, “ଆମେ ଜଣେ ମହିଳା ସଭାପତି ପାଇଁ ଦାବି କରିଥିଲୁ। ଯଦି ସଭାପତି ଜଣେ ମହିଳା ହେବେ, ତା’ହେଲେ ନିର୍ୟାତନା ଘଟଣା ଘଟିବ ନାହିଁ। କିନ୍ତୁ ପୂର୍ବରୁ କେବେ ହେଲେ ବି କୌଣସି ମହିଳା ନିର୍ବାଚନ ଲଢ଼ି ନଥିଲେ। ଭିନେଶ ଫୋଗଟ କହିଛନ୍ତି ସଞ୍ଜୟ ସିଂ ଜିତିବା ଦ୍ୱାରା ମହିଳା ରେସଲରମାନେ ପୁଣି ନିର୍ଯ୍ୟାତିତ ହେବେ । ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇନଥିବା ଅଭିଯୋଗ କରିଛନ୍ତି କୁସ୍ତିଯୋଦ୍ଧା ।

ସେପଟେ ସାକ୍ଷୀ ମଲ୍ଲିକଙ୍କ ପାଇଁ ବାହାରିଛନ୍ତି ଅଲିମ୍ପିକ ପଦକ ବିଜେତା ବିଜେନ୍ଦର ସିଂ । ମହିଳା ଖେଳାଳିଙ୍କ ସପକ୍ଷରେ ବାହାରିବା ପାଇଁ ଅପିଲ କରିଛନ୍ତି ବିଜେନ୍ଦର କହିଛନ୍ତି ଯେ ସମସ୍ତ କୁସ୍ତି ଆଖଡାକୁ ଯାଇ ମହିଳା ସୁରକ୍ଷା ବିଷୟରେ ବୁଝାଇବୁ । ସେପଟେ କ୍ରିକେଟ ପ୍ଲେୟାରଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ପଛାଇନାହାନ୍ତି । ଏତେବଡ ଘଟଣାରେ କୌଣସି କ୍ରିକେଟ ଖେଳାଳି କୁସ୍ତିଯୋଦ୍ଧାଙ୍କୁ ସହଯୋଗ କରିନଥିବାରୁ ନିନ୍ଦା କରିଛନ୍ତି ବିଜେନ୍ଦର । ଦେଶର ଆନ, ମାନ୍, ସାନ୍ ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ହୁଲୁସ୍ତୁଲୁ ହୋଇଥିଲା ସାରା ଦେଶ । ବ୍ରିଜଭୂଷଣଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କୁସ୍ତଯୋଦ୍ଧାଙ୍କୁ ପ୍ରତିଶ୍ରୁତି ମିଳିବା ପରେ ଆନେ୍ଦାଳନରୁ ହଟିଥିଲେ । ହେଲେ ନ୍ୟାୟ ନମିଳିବା ସହ ବ୍ରିଜଭୂଷଣଙ୍କ ସ୍ଥାନରେ ସଞ୍ଜୟ ସିଂଙ୍କୁ ସଭାପତି କରିବାକୁ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି । କୁସ୍ତି ଛାଡିଦେବାପାଇଁ ସାକ୍ଷୀ ମଲ୍ଲୀକ ଚେତାବନୀ ଦେବା ପରେ ବିବାଦ ଉଗ୍ର ରୂପ ଧାରଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ