Masthead

ଖୋଲା ପଡ଼ିଆରେ ସେଲିବ୍ରେସନ ମନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସୁଛି ନୂଆ ବର୍ଷ । ସବୁଆଡ଼େ ଜିରୋ ନାଇଟ ସେଲିବ୍ରେସନକୁ ଉତ୍ସାହ । ୨୦୨୪କୁ ସ୍ୱାଗତ ପାଇଁ ହୋଟେଲ, ପବ୍, ଡ୍ୟାନ୍ସ ବାର ପ୍ରସ୍ତୁତ ରହିଛି। ହେଲେ ସେମାନଙ୍କ ଉପରେ ଅବକାରୀ ବିଭାଗର ରହିବ ନଜର । ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ଇଭେଣ୍ଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦିଆଯାଇନି। ଖୋଲା ପଡ଼ିଆରେ ସେଲିବ୍ରେସନ୍‌ ମନା ।

ଡ୍ୟାନ୍ସ ବାରରେ ନିୟମ ଉଲଂଘନ କଲେ କଡ଼ା କାର୍ୟ୍ୟାନୁଷ୍ଠାନ । ରାଜଧାନୀର ସମସ୍ତ ଖିଲାପକାରୀଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଁ ସ୍କ୍ୱାର୍ଡ ଗଠନ କରିଛି ଅବକାରୀ ବିଭାଗ । ରାତି ୧୨ଟା ପରେ କ୍ଲବ୍, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ତେବେ ଚଳିତ ବର୍ଷ ଜିରୋନାଇଟ ସେଲିବ୍ରେସନ ନେଇ କୌଣସି ଇଭେଂଟ ବା ପ୍ରାଇଭେଟ ସଂସ୍ଥାକୁ ଆଇନଶୃଂଖଳା ଦୃଷ୍ଟିରୁ ଅନୁମତି ମିଳିବ ନାହିଁ । ନୂଆବର୍ଷ ଆଗକୁ ଆସୁଥିବା ବେଳେ ସହରକୁ ରୂପଜୀବୀ ଆସିବାର ଆଶଙ୍କା କରାଯାଉଛି ।

ଏଥିପାଇଁ ପୋଲିସର ସ୍ୱତନ୍ତ୍ର ନଜର ରହିଛି । ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ଟ୍ୱିନ ସିଟିରେ ପୁଲିସ ବ୍ୟାପକ ମାତ୍ରାରେ ପଇଁତରା ମାରିବେ । ଭିଡ଼ ନିୟନ୍ତ୍ରଣ ଓ ଡ୍ରଙ୍କ ଆଣ୍ଡ ଡ୍ରାଇଭ ରୋକିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଚେକିଙ୍ଗ କରିବା ସହ ନାକାବନ୍ଦୀ କରିବ । ବଡ଼ଦିନ ପାଇଁ ଚର୍ଚ୍ଚ, ପିକନିକ ପ୍ଲେସରେ ମଦ୍ୟପଙ୍କ ଉତ୍ପାତ ରୋକିବା ପାଇଁ ପ୍ରତ୍ୟେକ ଥାନାକୁ ବ୍ରେଥ ଆନାଲାଇଜର ଦିଆଯାଇଥିବା କହିଛନ୍ତି ଡିସିପି । ସେହି ଭଳି ରୋଡ଼ ରୋମିଓଙ୍କୁ ସାବାଡ଼ କରିବାକୁ ରାସ୍ତା ଉପରେ ବାରିକେଡ଼ ଲଗାଇ, ବିଭିନ୍ନ ଛକରେ ନାକାବନ୍ଦୀ କରିବା ସହ ରାତି ସାରା ପାଟ୍ରୋଲିଂ କରିବ କମିସନରେଟ ପୋଲିସ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା